ମୁକେଶ ଅମ୍ବାନିଙ୍କ ଦରମା ତାଙ୍କ କର୍ମଚାରୀଙ୍କଠାରୁ କମ !

ମୁମ୍ବାଇ : ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି ସମଗ୍ର ଏସିଆରେ ୩ୟ ବୃହତ୍ତମ ଧନୀ ବ୍ୟକ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗତ ୧୦ ବର୍ଷ ହେଲା ନିଜର ଦରମା ବୃଦ୍ଧି କରିନାହାନ୍ତି । ଏହା ଫଳରେ ତାଙ୍କ ତଳକୁ ଥିବା କେତେକ ବରିଷ୍ଠ ଅଧିକାରୀଙ୍କ ଦରମା ତାଙ୍କଠାରୁ ଟପିଗଲାଣି । ଅକ୍ଟୋବର ୨୦୦୯ରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ନିଜର ଦରମା ବର୍ଷକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଜର ଦରମା ବଢାଇନାହାନ୍ତି । ଅର୍ଥାତ ଏବେ ମଧ୍ୟ ସେ ବର୍ଷକୁ ୧୫ କୋଟି ନେଉଛନ୍ତି । ଏକ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଏହା କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ଏହି ସମୟ ମଧ୍ୟରେ କମ୍ପାନିର ଅନ୍ୟ ନିର୍ଦ୍ଦେଶକ ମାନଙ୍କ ଦରମା ଅନେକଗୁଣ ବଢିଯାଇଛି । କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତେଶ ମେଓ୍ଵାନିଙ୍କ ଦରମା ପ୍ରାୟ ୨୦ କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ କମ୍ପାନିର ସର୍ବାଧିକ ଅଂଶଧନଧାରୀ ହୋଇଥିବାରୁ ମୁକେଶଙ୍କ ଆୟ ଏହି ଦଶବର୍ଷ ମଧ୍ୟରେ ଅନେକ ବଢିଛି । ଏହି ୧୦ ବର୍ଷ ମଧ୍ୟରେ ସେ ଲାଭାଂଶ ବାବଦରେ ସେ ପ୍ରାୟ ୧୪୫୫୦ କୋଟି ଟଙ୍କା ପାଇଛନ୍ତି ।

ସମ୍ବନ୍ଧିତ ଖବର