ମୁଥୁଟ୍‌ ଗ୍ରୁପ୍‌ର ନୂଆ ଯୋଗାଯୋଗ ଅଭିଯାନ

ନୂଆଦିଲ୍ଲୀ: ମୁଥୁଟ୍‌ ଗ୍ରୁପ୍‌ ପକ୍ଷରୁ ନୂଆ ଯୋଗାଯୋଗ ଅଭିଯାନ ‘ଲାଇଫ୍‌ ମେଁ ଆଗେ ବଢ଼ିୟେ’କୁ ଉନ୍ମୋଚନ କରାଯାଇଛି। କଂପାନି ପକ୍ଷରୁ ଏହାର ସବୁ ପ୍ରକାର ବିଜ୍ଞାପନ ଓ ଅନ୍ୟ ଯୋଗାଯୋଗ କାର୍ଯ୍ୟକ୍ରମରେ ଏହାକୁ ବ୍ୟବହାର କରାଯିବ। ଏ ସମ୍ପର୍କରେ କଂପାନିର ଉପ ପରିଚାଳନା ନିର୍ଦେଶକ ଏ ଜି ମୁଥୁଟ୍‌ କହିଛନ୍ତି ଯେ, ଏହି ଆଇପିଏଲ୍‌ ଋତୁରେ ଆମର ନୂଆ ଭିଡିଓ ବ୍ରାଣ୍ଡ୍‌ ଭାବମୂର୍ତ୍ତି ବଢ଼ାଇବାରେ ସହାୟକ ହେବ। ଏଥିରେ ଆମେ ଗୀତ, ନୃତ୍ୟ ଓ ସଙ୍ଗୀତକୁ ସ୍ଥାନ ଦେଇଛୁ ଯାହାକୁ ଲୋକମାନେ ପସନ୍ଦ କରିବେ। ଏହି ଭିଡିଓରେ କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡର ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଚେନ୍ନାଇ ସୁପର୍‌ କିଙ୍ଗସ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ମଧ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର