‘ମାଇଁ ଷ୍ଟାଇଲ୍‌’ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ସେଲୁନ୍ ଏବଂ ବିଉଟି ପାର୍ଲରକୁ ନେଇ ‘ମାଇଁ ଷ୍ଟାଇଲ୍‌’ ନାମକ ଏକ ଆପ୍ ଉନ୍ମୋଚିତ ହୋଇଛି। ହୋଟେଲ୍‌ ରିଚି ରିଜେନ୍‌ସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଆପ୍‌କୁ ଉନ୍ମୋଚନ କରାଯାଇଛି। ଏହା ଜରିଆରେ ଗାହକମାନେ ସେଲୁନ୍ କିମ୍ବା ବିଉଟି ପାର୍ଲର୍‌ରେ ନିଜ ପାଇଁ ସ୍ଲଟ୍ ବୁକିଙ୍ଗ କରିପାରିବେ। କ୍ୟାସଲେସ୍ ପେମେଣ୍ଟ୍ କରିପାରିବେ ଓ ସୁଲଭ ଦରରେ ସେବା ପାଇପାରିବେ। ବିନା କୌଣସି ପଞ୍ଜୀକରଣ ଶୁଳ୍କରେ ସେଲୁନ୍ ଓ ବିଉଟି ପାର୍ଲରଗୁଡ଼ିକ ଏହି ଆପ୍‌ରେ ସାମିଲ ହୋଇପାରିବେ। ଶୁଭ୍ରକାନ୍ତ ମହାନ୍ତି ଏବଂ ପ୍ରଶାନ୍ତ ମହାନ୍ତିଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ମାଇଁ ଷ୍ଟାଇଲ୍ ଟିମ୍‌ରେ ଗୋଡ୍‌ତି ବି ବି ସତ୍ୟନାରାୟଣ, ଶଙ୍କର ବାଗ୍, ଦୀପ୍ତିମୟୀ ପୃଷ୍ଟି ଏବଂ ଏମ୍‌ ଆର୍‌ ସେନାପତି ରହିଛନ୍ତି।

ସମ୍ବନ୍ଧିତ ଖବର