ନାଲ୍‌କୋ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଭୁବନେଶ୍ବର: ଭାରତ ରତ୍ନ ବାବା ସାହେବ ଡ. ବି. ଆର୍‌. ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ନାଲକୋ ନଗରଠାରେ ଆଜି ପାଳିତ ହୋଇଯାଇଛି। ନାଲକୋର ସିଏମଡି ଡ. ତପନ କୁମାର ଚାନ୍ଦ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପସ୍ଥିତ ଜନତାଙ୍କୁ ସେ ଏହି ଅବସରରେ ଉଦବୋଧନ ଦେଇଥିଲେ। ଆମେଦମ୍ବରଙ୍କ ଜୀବନ ଏବଂ ଯୋଗଦାନ ଉପରେ ସେ ବଖାଣିଥି‌ଲେ। ଏଥିରେ କମ୍ପାନିର ନିର୍ଦେଶକମାନଙ୍କ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ, ବିଭିନ୍ନ ସଂଘର ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆଦିବାସୀ ନୃତ୍ୟ ଏବଂ ବସ୍ତି ବାସିନ୍ଦାଙ୍କୁ ହାଇଜିନ୍ କିଟ୍ ବଣ୍ଟା ଯାଇଥିଲା।

ସମ୍ବନ୍ଧିତ ଖବର