ଭୁବନେଶ୍ବର: ଭାରତୀୟ ଅର୍ଥନୀତି ତଥା ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ନାଲକୋର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଆଉ ଏକ ସ୍ବୀକୃତି ମିଳିଛି। ରପ୍ତାନି କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନବରତ୍ନ କମ୍ପାନି ନାଲ୍କୋକୁ ୨୦୧୯ ବର୍ଷର ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ପିଏସ୍ୟୁ ପୁରସ୍କାର ପ୍ରଦାନ ଉତ୍ସବରେ କେନ୍ଦ୍ର ବୃହତ୍ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରେ ନାଲ୍କୋ ୪୭୯୨.୭୧ କୋଟି ଟଙ୍କାର ରପ୍ତାନିଲବ୍ଧ ଆୟ ହାସଲ କରିଥିଲା, ଯାହାକି କମ୍ପାନି ଇତିହାସରେ ସର୍ବାଧିକ। ନାଲ୍କୋକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ କମ୍ପାନିର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦଙ୍କୁ ବଜାର ବିଶେଷଜ୍ଞ, ବିଶ୍ଳେଷକ ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନେ ଅଭିନନ୍ଦନ ଜଣାଇଛନ୍ତି।
ରପ୍ତାନିରେ ଉତ୍ତମ ପ୍ରଦର୍ଶନ ପାଇଁ ନାଲ୍କୋ ପୁରସ୍କୃତ
/sambad/media/post_attachments/wp-content/uploads/2019/08/asccscccacsca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)