ନାଲ୍‌କୋ ସିଏମ୍‌ଡିଙ୍କୁ ‘ଗ୍ଲୋବାଲ୍ ଇଣ୍ଡିଆନ୍ ବି‌ଜନେସ୍ ଲିଡର୍‌’ ସମ୍ମାନ

ଭୁବନେଶ୍ବର: ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ବୃତ୍ତିଗତ ସଫଳତା ଓ ସାମାଜିକ ଅବଦାନ ପାଇଁ ‘ଗ୍ଲୋବାଲ୍ ଇଣ୍ଡିଆନ ବିଜନେସ୍‌ ଲିଡର୍‌’ ସମ୍ମାନ ପ୍ରଦାନ କରାଯାଇଛି। ଇଣ୍ଡିଆନ୍ ଆଚିଭର୍ସ ଫୋରମ୍ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାରକୁ ଶ୍ରୀ ଚାନ୍ଦଙ୍କ ତରଫରୁ କଂପାନିର ଉପ ମହାପ୍ରବନ୍ଧକ (ନିଗମ ସଂଚାର) ଆଶୁତୋଷ ରଥ ଗ୍ରହଣ କରିଥିଲେ। କିଛି ଦିନ ତଳେ ଦଲାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ତରଫରୁ ନାଲ୍‌କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ମାନ୍ୟତା ଏବଂ ଏହାର ସିଏମ୍‌ଡି ଶ୍ରୀ ଚାନ୍ଦଙ୍କୁ ରୋଲ୍ ଅଫ୍ ଅନର୍‌ ପ୍ରଦାନ କରାଯାଇଥିଲା। ୨୦୧୫ ଜୁଲାଇରେ ଶ୍ରୀ ଚାନ୍ଦ ନାଲ୍‌କୋ ସିଏମ୍‌ଡି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପରଠାରୁ କଂପାନି ଉତ୍ପାଦନ, ଉତ୍ପାଦକତା ଓ ଲାଭ ଭଳି ସବୁ କ୍ଷେତ୍ର‌େର ବିଗତ ଚାରି ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କଂପାନି ୨୦୧୮-୧୯ରେ ୧୭୩୨ କୋଟି ଟଙ୍କାର ଲାଭ କରିଥିଲା। ସାରା ବିଶ୍ବରେ ସବୁଠୁ କମ ମୂଲ୍ୟରେ ଆଲୁମିନା ଉତ୍ପାଦନ କରିବାର ମାନ୍ୟତା ନାଲକୋ ପାଖରେ ରହିଛି।

ସମ୍ବନ୍ଧିତ ଖବର