ନାଲ୍‌କୋ‌େର ହାସ୍ୟକବି ସମ୍ମିଳନୀ

ଭୁବନେଶ୍ବର: ନାଲ୍‌କୋ ପକ୍ଷରୁ ଏଠାରେ ଜାତୀୟ ସ୍ତରର ପ୍ରସିଦ୍ଧ କବିମାନଙ୍କୁ ନେଇ ଏକ ହାସ୍ୟକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମ୍ପାନିର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ପ୍ରଥମେ ନିଜର ଏକ କବିତା ଆବୃତ୍ତି କରି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଚକାଚାନ୍ଧ ଜ୍ଞାନପୁରୀ, ସବରସ ମୁରସାନି, ପୁନମ ଶ୍ରୀବାସ୍ତବ, ଭୂଷଣ ତ୍ୟାଗୀ, ସଲିମ ଶିୱାଲୱି ପ୍ରମୁଖ କବିମାନେ ସେମାନଙ୍କ ରୋଚକ କାବ୍ୟରସରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କମଳା ନେହରୁ ମହିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ଭି. ରାମଲକ୍ଷ୍ମୀ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବରର ବିଶିଷ୍ଟ ବ୍ୟକ୍ତି, ନାଲ୍‌କୋ ଓ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର