ଭୁବନେଶ୍ୱର: ନିରନ୍ତର ବିକାଶ ପାଇଁ ଶ୍ରେଷ୍ଠ ସିଏସ୍ଆର୍ କାର୍ଯ୍ୟ କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋକୁ କଳିଙ୍ଗ ସିିଏସ୍ଆର୍ ପୁରସ୍କାର-୨୦୧୭ ପ୍ରଦାନ କରାଯାଇଛି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କଠାରୁ କଂପାନିର ଏଜିଏମ୍ (ସିଏସ୍ଆର୍) ଏସ୍ କେ ବେହେରା ଓ ବରିଷ୍ଠ ପ୍ରବନ୍ଧକ ସି ଆର୍ ବିଶୋଇ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ଉପସ୍ଥିତ ଥିଲେ।