ଇନ୍ଦୋର : ନାଲକୋ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏକ ମୋବାଇଲ ଆପ୍ ନମସ୍ୟ ଉନ୍ମୋଚିତ ହୋଇଛି । ଏଠାରେ ଆୟୋଜିତ ଖଣି ଏବଂ ଖଣିଜ ଧାତୁର ଚତୁର୍ଥ ଜାତୀୟ ସ୍ତରର କନ୍କ୍ଲେଭରେ ଏହି ଆପକୁ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉନ୍ମୋଚନ କରିଛନ୍ତି । ନାଲକୋ ଦ୍ୱାରା ପ୍ରସ୍ତୁତ ଏହି ମୋବାଇଲ ଆପ୍ ’ନମସ୍ୟ’(ନାଲକୋ ମାଇକୋ୍ର ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜ୍ କମ୍ୟୁନିକେସନ୍ ଆପ୍ଲିକେଶନ୍) ମାଧ୍ୟମରେ ଅଣୁ ଏବଂ କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଓ ସେମାନଙ୍କ ବ୍ୟବସାୟ ବୃଦ୍ଧି ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହାର ଲୋକାର୍ପଣ ଅବସରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୋତ୍ସାହନ ପାଇଁ ଏକ ପ୍ରମୁଖ ଉଦ୍ୟୋଗ ଭାବେ ନାଲ୍କୋ ପକ୍ଷରୁ କରାଯାଇଥିବା ଏଭଳି ଉଦ୍ୟମକୁ କେନ୍ଦ୍ର ଖଣି ତୋମାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଆପ୍ର ଉପଯୋଗିତା ସଂପର୍କରେ ସୂଚନା ଦେଇ ନାଲ୍କୋ ସିଏମ୍ଡି ଡଃ ତପନ କୁମାର ଚାନ୍ଦ କହିଥିଲେ ଯେ , ନାଲ୍କୋ ଶିଳ୍ପ ଅଭିବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧିକୁ ସବୁ ବେଳେ ଗୁରୁତ୍ୱ ଦେଇ ଆସିଛି। ଏହି କ୍ରମରେ ବୃହତ୍ ଶିଳ୍ପ ସଂସ୍ଥା ବ୍ୟତୀତ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ନାଲକୋ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଭିବିଷ୍ୟତରେ ଏହି କ୍ଷେତ୍ରରେ କାଯର୍ୟ କରିବାକୁ ଥିବା ଶିଳ୍ପ ସଂସ୍ଥା ଏବଂ ଉଦ୍ୟୋଗୀ ମାନଙ୍କୁ ଏହା ସହାୟତା ଯୋଗାଇ ଦେବ। ଏହି କ୍ଷେତ୍ର ଦେଶର ଯୁବ ପିଢିମାନଙ୍କ ପାଇଁ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବାର ସୁଯୋଗ ରଖିଥିବା ବେଳେ ନାଲକୋ ଏଥିପାଇଁ ଅଗ୍ରାଧିକାର ଦେଇଛି ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ଖଣି ସଚିବ ଶ୍ରୀ ଅନୀଲ୍ ମୁକିମ୍ ଆଲୁମିନିୟମ୍ ସମ୍ପର୍କରେ ସବିଶେଷ ସୂଚନା ଅଧାରିତ ପୁସ୍ତକ ରଚନା ପାଇଁ ନାଲ୍କୋ ସିଏମ୍ଡି ଡ. ତପନ ଚାନ୍ଦଙ୍କୁ ଭୁରି ପ୍ରଶଂସା କରିଥିଲେ ।
ନାଲକୋ ଆଣିଲା ମୋବାଇଲ ଆପ ‘ନମସ୍ୟ’
/sambad/media/post_attachments/wp-content/uploads/2018/07/NALCO-stall.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)