ଉତ୍କର୍ଷ କେନ୍ଦ୍ର ପାଇଁ ନାଲ୍‌‌କୋର ଏମ୍‌ଓୟୁ

ଭୁବନେଶ୍ବର: ନାଲକୋ ପକ୍ଷରୁ ଏନଆଇଟି, ରାଉରକେଲା ଓ ଏନଆଇଟି ରାଉରକେଲାର ଆଲୁମ୍‌ନାଇ ଆସୋ‌ସିଏସନ (ଏନ୍‌ଆଇଟିଆର୍‌ଏଏ) ସହ ଏକ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବୈଷୟିକ ବିଦ୍ୟା ସମ୍ବଳିତ ଷ୍ଟାର୍ଟଅପ୍ ଗୁଡ଼ିକରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଉତ୍ପାଦକତା ଓ ସେବା ପ୍ରଦାନରେ ପ୍ରତିଦ୍ବନ୍ଦ୍ବିତା ଭାବ ବୃଦ୍ଧି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ। ସ୍ବାକ୍ଷରିତ ଏହି ବୁଝାମଣାପତ୍ର ଦ୍ବାରା ଆଇଆଇଟି, ଆଇସିଟି ଏବଂ ଡିଏସ୍‌ଟି ସହଯୋଗରେ ଉଦ୍ୟମିତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ଗବେଷଣା ଓ ବିଶ୍ବବିଦ୍ୟାଳୟ ସହ ସହଭାଗିତା ସୃଷ୍ଟି କରିବ। ଏହି ଇନକ୍ୟୁବେସନ ସେଣ୍ଟରଟି ଗୋଠପାଟଣାସ୍ଥିତ ନାଲ୍‌କୋର ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର ଠାରେ ଅବସ୍ଥାପିତ ହେବ। କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ବର ରାଓ ଏହି ନୂଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ନାଲ୍‌‌‌କୋ ପକ୍ଷରୁ ଏହାର ୫୦ ଜଣ କର୍ମଚାରୀଙ୍କୁ ‘ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଥିଲା। ନାଲ୍‌କୋ ସିଏମଡି ଡ. ତପନ କୁମାର ଚାନ୍ଦ ଏଥିରେ ଉଦ୍‌ବୋଧନ ଦେଇ କହିଥିଲେ, କର୍ମଚାରୀଙ୍କ କଠିନ ଅଧ୍ୟବସାୟ ଏବଂ ନିଷ୍ଠା ଯୋଗୁ ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ଲାଭ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି।

ସମ୍ବନ୍ଧିତ ଖବର