ନାଲ୍‌କୋର ନୂଆ ନିର୍ଦେଶକ

ଭୁବନେଶ୍ୱର: ନାଲ୍‌କୋର ନୂଆ ନିର୍ଦେଶକ (ବାଣିଜ୍ୟ) ଭାବେ ପ୍ରଦୀପ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସେଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ (ମାର୍କେଟିଂ) ଭାବେ କାମ କରୁଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋର ଡିଗ୍ରୀ ହାସଲ ପରେ ଶ୍ରୀ ମିଶ୍ର ୧୯୮୩ ମସିହାରେ ସେଲ୍‌ରେ ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନି ଭାବେ ଯୋଗ ଦେଇଥିଲେ। ସେଲ୍‌ରେ ଦୀର୍ଘ ୩୫ ବର୍ଷ କାର୍ଯ୍ୟ ସମୟରେ ସେ ବିଭିନ୍ନ ପଦପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି। ନାଲ୍‌କୋ ବୋର୍ଡରେ ଯୋଗ ଦେବା ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର