ନାଲ୍‌କୋର ମେଗା ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ନେତୃତ୍ୱରେ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ନାଲ୍‌କୋ ଛକଠାରୁ ନାଲ୍‌କୋ ନଗର ପର୍ଯ୍ୟନ୍ତ ସଂଯୋଗ ପ୍ରଦାନ କରୁଥିବା ରାସ୍ତାରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ, ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ, ଲେଖକ, କଳାକାର, ଗାୟକ, କ୍ରୀଡ଼ାବିତ୍‌ ଓ ସାମଜସେବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ସୌନ୍ଦର୍ଯ୍ୟକରଣର ଅଂଶ ଭାବେ ଏକ ଅପରିସ୍କାର ପାଚେରିରେ ପାଇକ ବିଦ୍ରୋହର ଚିତ୍ର ଅଙ୍କନ କରାଯାଇଛି ଏବଂ ଭେଣ୍ଡିଂ ଜୋନ୍‌ରେ ଏକ ବଗିଚା ସୃଷ୍ଟି କରାଯାଇଛି। ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସବିତା ପଟ୍ଟନାୟକଙ୍କ ନିର୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଛି। ଏହି ଅବସରରେ ନାଲ୍‌କୋ ମହିଳା ସମିତିର ସଭାନେତ୍ରୀ ପ୍ରୀତି ରାୟ, କବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ନାଲ୍‌କୋର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସ୍ୱଚ୍ଛତା ପକ୍ଷ ପାଳନ କରିବା ପାଇଁ ଅନୁଗୁଳର ନାଲ୍‌କୋ ଟାଉନ୍‌ସିପ୍‌ରେ ରାହଗିରି ଆୟୋଜନ କରାଯିବା ସମେତ ନାଲ୍‌କୋର ବିଭିନ୍ନ ୟୁନିଟ୍‌ ଏବଂ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର