ଇତିହାସ ହୋଇଯିବ ନାନୋ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କାର୍‌ ଟାଟା ନାନୋ ପାଇଁ ସବୁ ବାଟ ବନ୍ଦ ହେବାରେ ଲାଗିଛି। ଏହା ଖୁବ୍‌ଶୀଘ୍ର ଇତିହାସ ହୋଇଯିବ। ଜୁନ୍‌ ମାସରେ ଟାଟା ପକ୍ଷରୁ ମାତ୍ର ଗୋଟିଏ ନାନୋ ଉତ୍ପାଦନ କରାଯାଇଛି। କିଛି ମାସ ଭିତରେ ନାନୋ ଉତ୍ପାଦନ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗତବର୍ଷ ଜୁନ୍‌ରେ ୨୭୫ଟି ନାନୋ ଉତ୍ପାଦନ କରାଯାଇଥିଲା। ନାନୋର ରପ୍ତାନି ମଧ୍ୟ ବନ୍ଦ ହୋଇଯାଇଛି। ଦଶ ବର୍ଷ ପୂର୍ବେ ନାନୋକୁ ଉନ୍ମୋଚନ କରାଯାଇଥିଲା। କଂପାନି ଏହା ମଧ୍ୟ ସ୍ୱୀକାର କରୁଛି ଯେ ୨୦୧୯ରେ ପରେ ନାନୋକୁ ଜାରି ରଖିବା କଷ୍ଟକର ହୋଇପଡ଼ିବ।

ସମ୍ବନ୍ଧିତ ଖବର