ବଜେଟ୍‌ରେ ‘ନରେଗା’କୁ ୫୫ ହଜାର କୋଟି!

ନୂଆଦିଲ୍ଲୀ: ସରକାରଙ୍କ ପ୍ରମୁଖ ଯୋଜନା ଏମ୍‌ଜିଏନ୍‌ଆର୍‌ଇଜିଏ(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ)କୁ ଆସନ୍ତାବର୍ଷ ବଜେଟ୍‌ରେ ରେକର୍ଡ ୫୫ ହଜାର କୋଟି ଟଙ୍କା ମିଳିବ ବୋଲି ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଆଶା ରଖିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ମିଳିବ ବୋଲି ଆଶା ରଖାଯାଇଛି। ଚଳିତ ଆର୍ଥିକବର୍ଷ ପାଇଁ ଗତ ବଜେଟ୍‌ରେ ସରକାର ଏହି ଯୋଜନାକୁ ୪୮ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏଥିମଧ୍ୟରୁ ୪୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ମନ୍ତ୍ରାଳୟ ପ୍ରଦାନ କରିସାରିଲାଣି। ଡିସେମ୍ବରରୁ ମାର୍ଚ ମଧ୍ୟରେ ଏ ବାବଦରେ ଅଧିକ ଅତିରିକ୍ତ ବଜେଟରେ ଅଧିକ ୧୭ ହଜାର କୋଟି ଟଙ୍କା ମାଗିଛି। ଆସନ୍ତା ବର୍ଷ ବଜେଟ୍‌ରେ ୫୫ ହଜାର କୋଟି ଟଙ୍କା ପାଇବା ନେଇ ଆମେ ଦୃଢ଼ ଆଶାବାଦୀ ରହିଛୁ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ୨୦୧୬-୧୭ରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ୨୩୬ କୋଟି କାର୍ଯ୍ୟଦିବସ ସୃଷ୍ଟି କରାଯାଇଥିବାବେଳେ ଚଳିତ ଆର୍ଥିକବର୍ଷର ଇତିମଧ୍ୟରେ ୧୬୦ କୋଟି କାର୍ଯ୍ୟଦିବସ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର