ନାସା ଆଣିଲା ମାର୍ସ ହେଲିକପ୍ଟର, ଏବେ କେବଳ ପୃଥିବୀରେ ନୁହେଁ ମଙ୍ଗଳ ଗ୍ରହରେ ଉଡ଼ିବ ହେଲିକପ୍ଟର

ନୂଆଦିଲ୍ଲୀ : ଆଗରୁ ଲୋକମାନେ ହେଲିକପ୍ଟରକୁ କେବଳ ପୃଥିବୀରେ ହିଁ ବ୍ୟବହାର କରାଯାଇ ପାରିବ ବୋଲି ଭାବୁଥିଲେ । କିନ୍ତୁ ଏବେ ନାସାର ବୈଜ୍ଞାନିକମାନେ ଲୋକମାନଙ୍କର ସେ ଚିନ୍ତାଧାରାକୁ ଭୁଲ୍‌ ବୋଲି ପ୍ରମାଣ କରିବା ସହ ମଙ୍ଗଳ ଗ୍ରହରେ ମଧ୍ୟ ହେଲିକପ୍ଟର ଉଡ଼ା ଯାଇ ପାରିବ ବୋଲି କହିଛନ୍ତି । ନାସା ପକ୍ଷରୁ ଏ ନେଇ ଏକ ହେଲିକପ୍ଟର ଡିଜାଇନ୍‌ କରାଯାଇଛି, ଯାହାର ନାଁ ରହିଛି ମାର୍ସ ହେଲିକପ୍ଟର । ଏହାର ଓଜନ ୨କେଜିରୁ କମ୍‌ ଥିବା ଜଣାପଡ଼ିଛି ।

NASA

ଏ ନେଇ ନାସା ତରଫରୁ ଉଡ଼ାଣ ପରୀକ୍ଷଣ କରାଯାଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର ମଙ୍ଗଳ ଗ୍ରହକୁ ଉଡ଼ାଣ ଭରିବା ପାଇଁ ମାର୍ସ ହେଲିକପ୍ଟର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ନାସା ତରଫରୁ କୁହାଯାଇଛି । ନାସାରେ ଥିବା ମାର୍ସ ହେଲିକପ୍ଟରର ପ୍ରୋଜେକ୍ଟର ମ୍ୟାନେଜର ମିମି ଆଙ୍ଗ ହେଲିକପ୍ଟର ସହ ଜଡ଼ିତ ସୂଚନା ଦେବା ସହ ଆଗକୁ ଯେତେବେଳେ ଆମେ ଉଡ଼ାଣ ଭରିବୁ ତେବେ ମଙ୍ଗଳ ଗ୍ରହକୁ ଉଡ଼ାଣ ଭରିବୁ ବୋଲି କହିଥିଲେ । ୨୦୨୦ରେ ଏହାକୁ ଲଞ୍ଚ କରାଯିବା ସହ ୨୦୨୧ରେ ହେଲିକପ୍ଟରଟି ମଙ୍ଗଳଗ୍ରହକୁ ଉଡ଼ାଣ ଭରିବ ବୋଲି କହିଛନ୍ତି ମିମି ଆଙ୍ଗ ।

ସମ୍ବନ୍ଧିତ ଖବର