ଭାରତରେ ନଓ୍ଵାଜ୍‌ ଖଟାଇଛନ୍ତି ୪୯୦ କୋଟି ଡଲାର!

ଇସଲାମାବାଦ : ପାନାମା ପେପର୍ସ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବେ ଅନ୍ୟଏକ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ଭାରତକୁ ପାଖାପାଖି ୪୯୦ କୋଟି ଡଲାରର ବେଆଇନ ଅର୍ଥ ନେଣଦେଣ କରିଥିବା ନେଇ ନଓ୍ଵାଜ୍‌ଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନର ଶୀର୍ଷ ଦୁର୍ନୀତି ନିରୋଧ ସଂସ୍ଥା ଏନ୍‌ଏବି । ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏନ୍‌ଏବି ଦାବି କରିଛି ଯେ ନଓ୍ଵାଜ୍‌ ସରିଫ୍‌ ପ୍ରାୟ ୪୯୦ କୋଟି ଡଲାର ଅର୍ଥ ଭାରତ ପଠାଇଛନ୍ତି। ଏହାଦ୍ୱାରା ଭାରତୀୟ ବୈଦେଶିକ ମୁଦ୍ରା ବିନିମୟ ସଞ୍ଚୟରେ ଉନ୍ନତି ହୋଇଛି ଏବଂ ପାକିସ୍ତାନକୁ କ୍ଷତି ସହିବାକୁ ପଡ଼ିଛି। ଯଦି ଭାରତକୁ ବେଆଇନ ଅର୍ଥ କାରବାର ମାମଲାରେ ସରିଫ୍‌ଙ୍କ ବିରୋଧରେ ମାମଲା ରୁଜୁ ହୁଏ ତେବେ ଏହା ସରିଫଙ୍କ ବିରୋଧରେ ପଞ୍ଚମ ମାମଲା ହେବ।

ସମ୍ବନ୍ଧିତ ଖବର