ହ୍ଵାଟସ୍‌ ଆପ୍‌ରେ ତ୍ରୁଟି ଖୋଜି ଭାରତୀୟ ଯୁବକ ପାଇଲେ ୩.୫ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ରେ ବଗ ଖୋଜି ବାହାର କରିବା ନେଇ ଜଣେ ଭାରତୀୟ ଯୁବକଙ୍କୁ ପୁରସ୍କୃତ କରାଯାଇଛି। ମଣିପୁରରେ ରହୁଥିବା ଜାନେଲ ସାଙ୍ଗେଜମ୍‌ଙ୍କୁ ଏହି ବଗ୍‌କୁ ଖୋଜି ବାହାର କରିବା ପାଇଁ ଫେସବୁକ୍‌ ୫,୦୦୦ ଡଲାର (ପାଖାପାଖା ୩.୫ ଲକ୍ଷ) ଟଙ୍କାର ପୁରସ୍କାର ଦେଇଛି।

କେବଳ ଏତିକି ନୁହେଁ ଫେସ୍‌ବୁକ୍‌ ତାଙ୍କୁ ଏହି ଉପଲବ୍ଧି ପାଇଁ ଫେସ୍‌ବୁକ୍‌ ହଲ୍‌ ଅଫ୍‌ ଫେମ୍‌ ୨୦୧୯ରେ ବି ସ୍ଥାନ ଦେଇଛନ୍ତି। ୯୪ ଲୋକଙ୍କ ଏହି ସୂଚିରେ ଜାନେଲଙ୍କୁ ୧୬ତମ ସ୍ଥାନ ଦିଆଯାଇଛି। ୨୨ବର୍ଷୀୟ ଜାନେଲ ପେସାରେ ଜଣେ ସିଭିଲ ଇଞ୍ଜିନିୟ ବୋଲି ଜଣାପଡ଼ିଛି।

Daily Express

ଜାନେଲଙ୍କ କହିବାନୁସାରେ, ହ୍ଵାଟସ୍‌ଆପ୍‌ରେ ଭଏସ୍‌ କଲ ସମୟରେ ଏହି ବଗ ଭଏସ୍‌ କଲକୁ ଭିଡିଓ କଲରେ ଅପଗ୍ରେଡ କରିବା ପାଇଁ ଅନୁମତି ଦେଇଥାଏ। ତାହା ବି ପୁଣି ରସିଭରଙ୍କ ବିନା ଅଥୋରାଇଜେସନ୍‌ ଜରିଆରେ। ଏହି କାରଣରୁ କଲର ଏହା ଜାଣି ପାରିଥାଏ କି ରିସିଭର କ’ଣ କରୁଛି। ବଗର ଜଣାପଡ଼ିବା ପରେ ମାର୍ଚ୍ଚ ୨୦୧୯ରେ ଜାନେଲ ଏହି ବଗ ବିଷୟରେ ଫେସ୍‌ବୁକ୍‌ର ବଗ ବାଉଟି ପୋଗ୍ରାମରେ ରିପୋର୍ଟ କରି କହିଥିଲେ କି ଏହି ବଗ ବ୍ୟବହାରକାରୀଙ୍କ ପ୍ରାଇଭେସି ଉଲଂଘନ୍ନ କରୁଛି। ଜାନେଲଙ୍କ ଏହି ରିପୋର୍ଟ ଜାଣିବା ପରେ ଫେସ୍‌ବୁକ୍‌ ସିକ୍ୟୁରିଟି ଟିମ୍‌ ଏହାକୁ ୧୫-୨୦ଦିନ ମଧ୍ୟରେ ଠିକ କରାଯାଇଥିଲା।

ସମ୍ବନ୍ଧିତ ଖବର