ରାଜ୍ୟମାନଙ୍କରେ କଟକଣା ଯୋଗୁଁ ଦିଲ୍ଲୀରୁ ଯାତାୟାତ କରିବାକୁ ଥିବା ପ୍ରାୟ ୮୦ଟି ବିମାନର ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ରାଜ୍ୟମାନଙ୍କର କଟକଣା ଯୋଗୁଁ ଦିଲ୍ଲୀରୁ ଯାତାୟାତ କରିବାକୁ ଥିବା ପ୍ରାୟ ୮୦ଟି ବିମାନର ଉଡ଼ାଣ ବାତିଲ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଏ ସଂକ୍ରାନ୍ତରେ କେତେକ ଯାତ୍ରୀ ଅଭିଯୋଗ କରି କହିଛନ୍ତି କି, ବିମାନ ଉଡ଼ାଣ ବାତିଲ କରାଯାଇଥିବା ସମ୍ବନ୍ଧରେ ସେମାନଙ୍କୁ ଆଗୁଆ ସୂଚନା ଦିଆଯାଇ ନ ଥିଲା।

ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ଆଜି ଦେଶରେ ପୁନର୍ବାର ଅଭ୍ୟନ୍ତରୀଣ ବିମାନ ଚଳାଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଅନୁମତି ମିଳିବା ପରେ ଦେଶ ମଧ୍ୟରେ ଅନେକଗୁଡ଼ିଏ ବିମାନ ଚଳାଚଳ ଆରମ୍ଭ କରିଛି।

ମୁମ୍ବାଇ ଓ ବେଙ୍ଗାଲୁରୁରେ ମଧ୍ୟ ବିମାନ ଉଡ଼ାଣ ବାତିଲ ହୋଇଥିବା କଥା କେତେଜଣ ଯାତ୍ରୀ କହିଛନ୍ତି। ଏୟାର୍ ଇଣ୍ଡିଆର ବେଙ୍ଗାଲୁରୁ-ହାଇଦ୍ରାବାଦ ବିମାନରର ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି‌ ଯେ ବିମାନ ବନ୍ଦରକୁ ପ୍ରବେଶ ସମୟରେ ବୋର୍ଡିଙ୍ଗ୍ ପାସ୍ ସ୍କାନିଙ୍ଗ୍ କରାଯିବା ବେଳେ ଯାଇ ବିମାନ ଉଡ଼ାଣ ବାତିଲ କରାଯାଇଥିବା କଥା କୁହାଯାଇଥିଲା। ଆମେ କ’ଣ କରିବୁ ବୋଲି ସେତେବେଳେ ଜାଣିପାରିଲୁ ନାହିଁ।

Image Courtesy: New Indian Express

ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଛାଡ଼ିଦେଲେ ବାକି ସବୁଆଡ଼େ ସମସ୍ତ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହୋଇଛି। ଆଜି ପ୍ରଥମ ବିମାନ ଭୋର୍ ୪: ୪୫ ମିନିଟ୍‌ରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଦ୍ବିତୀୟ ବିମାନଟି ଭୋର୍ ୬: ୪୫ ମିନିଟ୍‌ରେ ମୁମ୍ବାଇରୁ ପାଟନା ଅଭିମୁଖେ ଯାଇଥିଲା। ପ୍ରଥମେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନ ଦୁଇଟି ହେଉଛି ଇଣ୍ଡିଗୋ ଏୟାର୍‌ଲାଇନ୍‌ର।

ସେହିଭଳି ଅହମଦାବାଦରୁ ଆସିଥିବା ସ୍ପାଇସ୍‌ଜେଟ୍‌ର ବିମାନଟି ସୋମବାର ସକାଳ ୭: ୪୫ରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର