ରଙ୍ଗିନ ହେଲା ସମସ୍ତ ନୋଟ: ଖୁବ୍‌ ଶୀଘ୍ର ଜାରି ହେବ ୧୦୦ଟଙ୍କିଆ ନୂଆ ନୋଟ, ଆରବିଆଇ ଆରମ୍ଭ କଲା ଛପା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୧୦୦ଟଙ୍କିଆ ନୋଟ ଛପା ଆରମ୍ଭ କରି ଦେଇଛି। ପୂର୍ବରୁ ଆରବିଆଇ ନୂଆ ୧୦, ୫୦,୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୋଟ ବଜାରରେ ଜାରି କରିଥିଲା। ୧୦୦ଟଙ୍କାର ଏହି ନୂଆ ନୋଟର ରଙ୍ଗ ବାଇଗଣୀ ହେବ ବୋଲି କୁହାଯାଉଛି। ଏହାର ଛପା ବିଏନ୍‌ପିରେ ଆରମ୍ଭ ହୋଇଯାଇଛି। ଏହି ପ୍ରେସରେ ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ବି ଛପା ଯାଇଥିଲା। କୁହାଯାଉଛି କି, ଅଗଷ୍ଟ ଶେଷ ସପ୍ତାହ ବେଳକୁ ଏହି ନୋଟ ବଜାରକୁ ଆସି ଯାଇଥିବ। ନୂଆ ୧୦୦ଟଙ୍କିଆ ନୋଟର ବିଶେଷତ୍ୱ ହେଉଛି, ହୋସଙ୍ଗବାଦର ସିକ୍ୟୁରିଟି ପେପର ମିଲର ସ୍ୱଦେଶୀ ପେପର ଓ ସ୍ୱାହୀରେ ଛପା ଯିବ।

ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ବୋଲି ଘୋଷଣା କରିଥିଲେ। ଏହାପରେ ରିଜର୍ଭ ବ୍ୟାଙ୍କ ୨୦୦୦ ଓ ୫୦୦ଟଙ୍କିଆ ନୂଆ ନୋଟ ବଜାର ପ୍ରବେଶ କରାଇଥିଲା। ରିଜର୍ଭ ବ୍ୟାଙ୍କ ଏଯାବତ୍‌ ନୂଆ ୧୦, ୨୦. ୫୦, ୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୂଆ ନୋଟ ଜାରି କରିଛି। କେବଳ ୧୦୦ଟଙ୍କିଆ ନୋଟ ପୁରୁଣା ଥିଲା। ଗତବର୍ଷ ଅଗଷ୍ଟରେ ଆରବିଆଇ ନୂଆ ୨୦୦ଟଙ୍କିଆ ନୋଟ ଜାରି କରିଥିଲା।

ସମ୍ବନ୍ଧିତ ଖବର