ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ହେବ ନୂଆ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି। ଏହି ମିଶ୍ରଣ ଫଳରେ ଯେଉଁ ନୂଆ ବ୍ୟାଙ୍କ ଆରମ୍ଭ ହେବ ତାହା ଆସନ୍ତା ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ମିଶ୍ରଣ ପ୍ରକ୍ରିୟା ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା ରଖାଯାଇଛି। ଚଳିତ ମାସରେ ଏହି ବ୍ୟାଙ୍କ ଗୁଡ଼ିକର ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏହାପରେ ମିଶ୍ରଣ ଯୋଜନା ପ୍ରସ୍ତୁତ କରାଯିବ।

ସମ୍ବନ୍ଧିତ ଖବର