ମାର୍କେଟକୁ ଆସୁଛି ରେନଲଟର ନୂଆ କାର, କମ ଦାମରେ ବଡ ଫାଇଦା

0

ନୂଆଦିଲ୍ଲୀ: ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ରେନଲଟର ନୂଆ କାର ଟ୍ରାଇବର | ଆସନ୍ତା ଜୁନ ୧୯ରେ ଏହି କାର ଲଞ୍ଚ ହେବାର ଅଛି | ଏହି କାରଟି ୭ ସିଟର ହେବାକୁ ଥିବାବେଳେ ଜୁଲାଇରେ ଭାରତକୁ ଆସିବ | କାରଟି ବର୍ତ୍ତମାନର କ୍ୱିଡ଼ର ଅପଡେଟ ଭର୍ସନ ହେବ | ଏହି କାରର ମୂଲ୍ୟ ପାଖାପାଖି ୫.୩ ଲକ୍ଷରୁ ଆରମ୍ଭ ହୋଇ ୮ ଲକ୍ଷ ମଧ୍ୟରେ ହେବ | ବିଶେଷକରି ନୂଆ ଡିଜାଇନର ହେଡଲାଇଟ,ଭି ଆକୃତିର ଗ୍ରିଲ ଓ କ୍ରୋମ ବମ୍ପର ଦେଖିବାକୁ ମିଳିବ | ଟ୍ରାଇବରରେ ଅଧିକ ସ୍ଥାନ ମିଳିବ | ଡୁଆଲ ଟୋନ ଈଂଟରିୟର ସାଙ୍ଗକୁ ଷ୍ଟିୟରିଂ ହ୍ୱିଲ ମିଳିବ, ଯେଉଁଥିରେ ବହୁତ କିଛି କଣ୍ଟ୍ରୋଲ ସିଷ୍ଟମ ରହିବ | ସାତ ଜଣ ବସିବାକୁ ଥିବା ବେଳେ ଟଚସ୍କ୍ରିନ ଇନ୍ଫୋଟେନମେଣ୍ଟ ସିଷ୍ଟମ ମିଳିବ | ସେହିପରି ସୁରକ୍ଷାକୁ ଏହି କାରରେ ଗୁରୁତ୍ୱ ଦିଆଯାଇଛି | ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ ସହ ଏବିଏସ, ରିୟର ପାର୍କିଙ୍ଗ ସେନ୍ସର ଭଳି ଫିଚର ଉପଲବ୍ଧ ହେବ | ୧୦୦୦ ସିସିର ଇଂଜିନ କ୍ଷମତା ଥିବା ଏହି କାରରେ ୫ ସ୍ପିଡ଼ ୟୁନିଟର ମାନୁଆଲ ଗିୟରବକ୍ସ ମିଳିବ | ପରେ ଏହି କାରରେ ଅଟୋମେଟିକ ଟ୍ରାନ୍ସମିଶନ ମିଳିପାରେ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.