ଜିଓର ନୂଆ ପ୍ଲାନ : ପ୍ରଦାନ କରୁଛି ୧୦୦%ରୁ ଅଧିକ କ୍ୟାସବ୍ୟାକ୍‌

ମୁମ୍ବାଇ: ଟେଲିକମ ବଜାରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ରିଲାଏନ୍ସ ଜିଓ ପକ୍ଷରୁ ଏକ ଆକର୍ଷଣୀୟ କ୍ୟାସବ୍ୟାକ୍‌ ଅଫର ଘୋଷଣା କରାଯାଇଛି । ଏହାକୁ କୁହାଯାଉଛି ମୋର ଦ୍ୟାନ ୧୦୦ ପରସେଣ୍ଟ କ୍ୟାସବ୍ୟାକ୍‌ ( ଶତପ୍ରତିଶତରୁ ଅଧିକ କ୍ୟାସବ୍ୟାକ୍‌) । ଗ୍ରାହକମାନେ ୧୬ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ୩୯୮ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ କରି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ । ଏହି ୭୦୦ ଟଙ୍କା ଦୁଇଟି ରୂପରେ ପ୍ରଦାନ କରାଯିବ । ୪୦୦ ଟଙ୍କାର ରିଲାଏନ୍ସ ଜିଓ କ୍ୟାସବ୍ୟାକ୍‌ ଭାଉଚର ପ୍ରଦାନ କରାଯିବ ଓ ଆଉ ୩୦୦ ଟଙ୍କା କେତେକ ଡିଜିଟାଲ ଓ୍ଵାଲେଟ୍‌ରେ ପ୍ରଦାନ କରାଯିବ । ଏହି ୪୦୦ ଟଙ୍କାର ରିଲାଏନ୍ସ ଜିଓ କ୍ୟାସବ୍ୟାକ୍‌କୁ ୫୦ ଟଙ୍କା ଲେଖାଏଁ ୮ଟି ଭାଉଚରରେ ବିଭକ୍ତ କରି ପ୍ରଦାନ କରାଯିବ । ଗ୍ରାହକମାନେ ମାଇଜିଓ ଆପରୁ ଗୋଟିଏ ସମୟରେ ୩୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲାନ ଓ ୯୧ ଟଙ୍କାର ଡାଟା ଆଡ୍‌ ଅନ ରିଚାର୍ଜ କରି ଏହି ୫୦ ଟଙ୍କାକୁ ରିଡିମ କରିପାରିବେ । ଏହି କ୍ୟାସବ୍ୟାକ୍‌ ପ୍ରଦାନ ପାଇଁ ରିଲାଏନ୍ସ ଜିଓ ବିଭିନ୍ନ ଡିଜିଟାଲ ଓ୍ଵାଲେଟ୍‌ କମ୍ପାନି ସହ ସହବନ୍ଧନ କରିଛି । ତେବେ ଦୁଇଟି କ୍ୟାସବ୍ୟାକ୍‌ ଭାଉଚରକୁ ମିଶାଇ ହେବ ନାହିଁ ।

ପ୍ରତିଦ୍ୱନ୍ଦୀ କମ୍ପାନି ଏୟାରଟେଲ, ଆଇଡିଆ ଓ ଭୋଡ଼ାଫୋନ ପକ୍ଷରୁ ମଧ୍ୟ ଆକର୍ଷଣୀୟ ଅଫରମାନ ଘୋଷଣା କରାଯାଇଥିବାରୁ ଜିଓ ମଧ୍ୟ ଆଗକୁ ଆହୁରି କେତେକ ଅପର ଘୋଷଣା କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର