ଭୁବନେଶ୍ବର: ନାଲ୍କୋର ୩୯ତମ ପ୍ରତିଷ୍ଠା ଦିବସ ନାଲ୍କୋନଗର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ୨୦୧୯ରେ କଂପାନି ନୂଆ କୋଇଲା ଖଣି ଖୋଲିବା, ଆଲୁମିନିୟମ ଓୟାର ରଡ୍ ମିଲ୍ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଓ ଏମ୍ଏସ୍ଏମ୍ଇମାନଙ୍କ ପାଇଁ କ୍ୟାସ୍ଲେସ୍ ମଡେଲ୍ ଲାଗୁ କରିବା ଉପରେ ଗୁରୁତ୍ବ ଦେବ।
ଏହି ଅବସରରେ ପଦ୍ମଶ୍ରୀ ମନୋଜ ଦାସଙ୍କୁ ନାଲ୍କୋ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଲୋକ ସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥଙ୍କୁ ନାଲ୍କୋ ଉଲ୍ଲେଖନୀୟ ସମାଜସେବା ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଡକ୍ଟର ଭାସ୍କର ମିଶ୍ର ଓ ଡକ୍ଟର ଭାଗୀରଥି ନନ୍ଦଙ୍କୁ ନାଲ୍କୋ କାଳିଦାସ ସମ୍ମାନ, ନୃତ୍ୟ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ପ୍ରଭାତ କୁମାର ସ୍ବାଇଁ ଓ ସସ୍ମିତା ପଣ୍ଡାଙ୍କୁ ଖାରବେଳ ସମ୍ମାନ ପ୍ରଦାନ କରାଯାଇଛି। ଧୃତିମୟ ବେହେରାଙ୍କୁ ନାଲ୍କୋ ଉଦୀୟମାନ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆଶିଂକା ରାଉତରାୟ, ପ୍ରଜେଶ ମୁର୍ମୁ, ମୋହିତ ପାଶ୍ବାନ, ଟିକାରାମ ସୋରେନ ଓ ଅମିତ କୁମାର ବେହେରାଙ୍କୁ ନାଲ୍କୋ ଉଦୀୟମାନ କ୍ରୀଡ଼ା ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଛି। ସମସ୍ତ ପୁରସ୍କାର ବିଜେତାଙ୍କୁ ଶ୍ରୀ ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ୭ଟି ସାଂସ୍କୃତିକ ଅନୁଷ୍ଠାନ ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି। ସେହିପରି ଓଡ଼ିଶାକୁ କ୍ରୀଡ଼ା ମାନଚିତ୍ରରେ ପ୍ରମୁଖ ସ୍ଥାନ ପ୍ରଦାନ କରିବା ପାଇଁ ୧୦୦ ଜଣ ଉଦୀୟମାନ କ୍ରୀଡ଼ାବିତଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଅନୁଗୁଳ ଓ କୋରାପୁଟର ୧୦ଟି ବିଦ୍ୟାଳୟକୁ ଗୁଗଲ୍-କୁନ୍ ମୁନ୍ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନାଲ୍କୋ ଅଲିଅଳି ଝିଅ ଯୋଜନାରେ ମେଧାବୀ ଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯାଇଛି। ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀରେ ନାଲ୍କୋ ପ୍ରମୁଖ ସହଯୋଗୀ ହେବ ବୋଲି ଘୋଷଣା କରାଯାଇଛି।
ନୂଆ କୋଇଲା ଖଣି ଖୋଲିବ:ନାଲ୍କୋର ୩୯ତମ ପ୍ରତିଷ୍ଠା ଦିବସ
୭ ସାଂସ୍କୃତିକ ସଂସ୍ଥା ସହ ଏମ୍ଓୟୁ O ୧୦୦ କ୍ରୀଡ଼ାବିତ୍ଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା O ମନୋଜ ଦାସଙ୍କୁ ନାଲ୍କୋ ଜୀବନବ୍ୟାପୀ ସାଧନା ପୁରସ୍କାର
/sambad/media/post_attachments/wp-content/uploads/2019/01/coal-mine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)