ବଜାରରେ ଜିଓ ଫିଚର୍‌ ଫୋନ୍‌, ଏଲ୍‌ଓ୍ଵାଇଏଫ୍‌ ସ୍ମାର୍ଟଫୋନ୍‌ ଦାମ କମିଲା

ଭୁବନେଶ୍ୱର: ଏଲ୍‌ଓ୍ଵାଇଏଫ୍‌ ସ୍ମାର୍ଟଫୋନ୍‌ ଉପରେ ମେଗା ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଏଲ୍‌ଓ୍ଵାଇଏଫ୍‌ ସି୪୫୯କୁ ୨୩୯୨ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହି ଫୋନ୍‌ର ମୂଲ୍ୟ ୪୬୯୯ ଟଙ୍କା ଥିଲା। ସେହିପରି ଏଲ୍‌ଓ୍ଵାଇଏଫ୍‌ ସି ୪୫୧କୁ ଗ୍ରାହକମାନେ ୨୬୯୨ ଟଙ୍କାରେ କିଣିପାରିବେ ପୂର୍ବରୁ ଯାହାର ମୂଲ୍ୟ ୪୯୯୯ ଟଙ୍କା ଥିଲା। ଏହା ବ୍ୟତୀତ ଗ୍ରାହକମାନେ ଡାଟା ଏବଂ ଭଏସ୍‌ ଉପରେ ସ୍ୱତନ୍ତ୍ର ସୁବିଧା ପାଇବେ। ସେହିପରି ରିଲାଏନ୍ସ ଜିଓ ପକ୍ଷରୁ ଏହାର ସୁଲଭ ଫିଚର୍‌ ଫୋନ୍‌କୁ ଖୁଚୁରା ବଜାରରେ ବିକ୍ରି କରିବା ଆରମ୍ଭ କରାଯାଇଛି। ଜିଓ ଫୋନ୍‌-ଇଣ୍ଡିଆ କା ସ୍ମାର୍ଟଫୋନ୍‌ରେ ରହିଛି ସୁପରିୟର ବ୍ୟାଟେରି ଯାହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଏ ରହିପାରିବ। ଏହା ୨୨ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି। ଏହି ଫିଚର୍‌ ଫୋନ୍‌ରେ ୮ ଜିବି ଷ୍ଟୋରେଜ୍‌ ରହିି। ପଛ ପାଖରେ ୨ ଏମ୍‌ପି ଏବଂ ସାମ୍ନାରେ ୦.୩ ଭିଜିଏ କ୍ୟାମେରା ରହିଛି। ଏହା ଓ୍ଵାଇ-ଫାଇ, ଜିପିଏସ୍‌ ଏବଂ ଏନ୍‌ଏଫ୍‌ସିକୁ ସମର୍ଥନ କରୁଛି। ଏହା ଜରିଆରେ ଜିଓର ସୁପରିୟର ଭୋଲ୍‌ଟି ସେବା ହାସଲ କରାଯାଇପାରିବ।

ସମ୍ବନ୍ଧିତ ଖବର