ବଜାଜ୍‌ ଅଟୋର ନୂଆ ପରିଚୟ

ଭୁବନେଶ୍ବର,: ବଜାଜ ଅଟୋ ପକ୍ଷରୁ ଜାତୀୟ ସ୍ତରରେ ଏହା ନୂଆ ବ୍ରାଣ୍ଡ୍‌ ପରିଚୟ ‘ଦି ୱାର୍ଲଡସ୍‌ ଫେଭରାଇଟ୍‌ ଇଣ୍ଡିଆନ୍‌’କୁ ଉନ୍ମୋଚନ କରାଯାଇଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତିନି ଆୟୋଗ ସିଇଓ ଅମିତାଭ କାନ୍ତ ଓ କଂପାନିର ପରିଚାଳନା ନିର୍ଦେଶକ ରାଜୀବ ବଜାଜ ଏହାକୁ ଉନ୍ମୋଚନ କରିଛନ୍ତି। ବିଗତ ୧୭ ବର୍ଷ ଭିତରେ ବଜାଜ କିଭଳି ଏକ ବିଶ୍ବ ସ୍ତରୀୟ ମୋଟରସାଇକଲ୍ ମହାଶକ୍ତିରେ ପରିଣତ ହୋଇଛି ତାହା ଏହି ନୂଆ ବ୍ରାଣ୍ଡ୍ ପରିଚୟରେ ପ୍ରତିଫଳିତ ହେଉଛି। ଏହାକୁ ବଜାଜ ଅଟୋର ଡିଲର୍‌ସିପ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଆଗାମୀ ଦିନରେ ବ୍ୟବହାର କରାଯିବ। ଏ ବିଷୟରେ କଂପାନି ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ପ୍ରଚାର ମଧ୍ୟ କରିବ।

ସମ୍ବନ୍ଧିତ ଖବର