ନୋକିଆର ନୂଆ ଫୋନ୍‌ ୬.୨ର ବଜାର ପ୍ରବେଶ

ଭୁବନେଶ୍ବର: ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ୬.୨ ଫୋନ୍‌ର ବଜାର ପ୍ରବେଶ କରାଯାଇଛି। ଏଥିରେ ଟ୍ରିପଲ୍‌ କ୍ୟାମେରା ଓ ପିଓର ଡିସ୍‌ପ୍ଲେ ପ୍ରଯୁକ୍ତି ରହିଛି। ୪ଜିବି/୬୪ଜିବି ମଡେଲ୍‌ର ଦାମ୍ ୧୫,୯୯୯ ଟଙ୍କା ରହିଛି। ଏହା ବ୍ଲାକ୍ ସେରାମିକ୍ ଓ ଆଇସ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଗ୍ରାହକମା‌ନେ ନୋକିଆ ଡଟ୍‌ କମ୍, ଆମାଜନ୍ ଡଟ୍‌ ଇନ୍‌ ଓ ବିଭିନ୍ନ ଷ୍ଟୋର୍‌ରୁ ଏହାକୁ କିଣିପାରିବେ। ଆମେ ନୋକିଆ ୬.୨ ଫୋନ୍‌କୁ ଭାରତରେ ଉନ୍ମୋଚନ କରି ବହୁତ ଆନନ୍ଦିତ ବୋଲି ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି ଅମୟ ମେହତା କହିଛନ୍ତି।

ସମ୍ବନ୍ଧିତ ଖବର