ପିଆଜିଓର ନୂଆ ତିନିଚକିଆ ଗାଡ଼ି ‘ଆପେ ସିଟି+’

ଭୁବନେଶ୍ବର: ପିଆଜିଓ ଭେଇକିଲ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଶ୍ରୀ ବିନାୟକ ମୋଟର୍ସରେ ନୂଆ ତିନି ଚକିଆ ଗାଡ଼ି ଆପେ ସିଟି+କୁ ଉନ୍ମୋଚନ କରାଯାଇଛି। କଂପାନିର ଆଞ୍ଚଳିକ ପ୍ରବନ୍ଧକ ଅବିନାଶ ଚତୁର୍ବେଦୀ ଓ ଶ୍ରୀ ବିନାୟକ ମୋଟର୍ସର ସିଇଓ ସଞ୍ଜୀବ ଅଗ୍ରୱାଲ୍ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ନିରଞ୍ଜନ ନାୟକ, ମହିନ୍ଦ୍ରା ଫାଇନାନ୍ସର ଦିଲ୍ଲୀପ ସାହୁ ଓ ହିନ୍ଦୁଜା ଫାଇନାନ୍ସର ଶ୍ରୀକାନ୍ତ କୁମାର ଉପସ୍ଥିତ ଥିଲେ। ନୂଆ ଆପେ ସିଟି+ ଏଲ୍‌ପିଜି, ସିଏନ୍‌ଜି, ପେଟ୍ରୋଲ୍ ଓ ଡିଜେଲ୍‌ ଭଳି ଚାରି ପ୍ରକାର ଇନ୍ଧନ ବିକଳ୍ପରେ ଉପଲବ୍ଧ ହୋଇଛି। ଏଥି‌ରେ ୨୩୦ ସିସି ଇଞ୍ଜିନ ଓ ୩ ଭାଲ୍‌ଭ୍ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ତିନିଟି ରଙ୍ଗରେ ଏହା ବଜାରକୁ ଆସିଛି। ଗ୍ରାହକମାନଙ୍କ ପାଇଁ କଂପାନି ତରଫରୁ ସୁପର୍‌ ସେଭର୍‌ ସ୍କିମ୍ ଘୋଷଣା କରାଯାଇଛି। ଆପେ ସିଟି+ର ସିଏନ୍‌ଜି, ଏଲ୍‌ପିଜି ଓ ପେଟ୍ରୋଲ୍ ମଡେଲ୍‌ ଉପରେ ଏହି ସ୍କିମ୍‌ର ଲାଭ ମିଳିବ। ଏହି ସ୍କିମ୍‌ରେ ଗ୍ରାହକମାନେ ଏକ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ୫ ଥର ସର୍ଭିସ୍‌ କରାଇପାରିବେ। ସାଧାରଣ ମରାମତି, ପାର୍ଟସ୍‌ ଓ ଶ୍ରମ ଖର୍ଚ ପାଇଁ ଟଙ୍କା ଗଣିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର