ପିଆଜିଓର ନୂଆ ସିଏନ୍‌ଜି ଅଟୋ

ଭୁବନେଶ୍ବର: ପିଆଜିଓ ପକ୍ଷରୁ ରାଉରକେଲା ବଜାରରେ ଏହାର ସିଏନ୍‌ଜି ତିନିଚକିଆ ଯାନକୁ ଉନ୍ମୋଚନ କରାଯାଇଛି। ପ୍ରଥମ ଥର ପାଇଁ ଏହାର ୱାଟର କୁଲ୍ଡ ସାମଗ୍ରୀ ସମ୍ଭାର ସହିତ ଆସିଛି। ଯାତ୍ରୀବାହୀ ଯାନ ବର୍ଗରେ କଂପାନି ପକ୍ଷରୁ ଏପ୍ ଅଟୋ ଡିଏକ୍ସ ଏବଂ ମାଲବାହୀ ଯାନ ବର୍ଗରେ ଏପ୍‌ ଏକ୍ସଟ୍ରା ଏଲ୍‌ଡିଏକ୍ସ, ଏପ୍ ଏକ୍ସଟ୍ରା ଏଲ୍‌ଡିଏକ୍ସ+କୁ ଉନ୍ମୋଚନ କରାଯାଇଛି। ନୂଆ ଗାଡ଼ି ଉନ୍ମୋଚନ ଅବସରରେ ୩୦୦ରୁ ଅଧିକ ଗ୍ରାହକ, ଆର୍ଥିକ ସଂସ୍ଥାର ପ୍ରତିନିଧି ଏବଂ ରାଉରକେଲାରେ ଥିବା ୨୩ଟି ଅଟୋ ଷ୍ଟାଣ୍ଡ୍‌ର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କଂପାନିର ବାଣିଜ୍ୟିକ ଯାନ ବ୍ୟବସାୟ ବିଭାଗ ମୁଖ୍ୟ ସଜୁ ନାୟାର ଏବଂ ବରିଷ୍ଠ ଉପସଭାପତି ମିଲିନ୍ଦ କପୁରଙ୍କ ବାର୍ତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର