ନୂଆ ଉତ୍ପାଦ: ଏଓ ସ୍ମିଥ୍‌ର ଗ୍ରିନ୍‌ ସିରିଜ୍‌ ଓ୍ଵାଟର ପ୍ୟୁରିଫାୟର

ଏଓ ସ୍ମିଥ୍‌ ଇଣ୍ଡିଆ ପକ୍ଷରୁ ଗ୍ରିନ୍‌ ସିରିଜ୍‌ର ଓ୍ଵାଟର ପ୍ୟୁରିଫାୟାରକୁ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ଅତ୍ୟାଧୁନିକ ରିକଭରି ପ୍ରଯୁକ୍ତି ଯାହା ଅନ୍ୟ ଓ୍ଵାଟର ପ୍ୟୁରିଫାୟର ତୁଳନାରେ ଅଧିକ ଜଳ ସଂଚୟ କରିବ। ଏଥିରେ ରହିଛି ସିଲ୍‌ଭର୍‌ ଚାର୍ଜଡ୍‌ ମେମ୍ବ୍ରାନ୍ସ ପ୍ରଯୁକ୍ତି ଏବଂ ୮ ସ୍ତରର ବିଶୋଧନ ପ୍ରକ୍ରିୟା। ଏଥିରୁ ଯେଉଁ ଜଳ ବାହାରିବ ତାହା ଶିଶୁଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ। ଏଥିରେ ରହିଛି ଇନ୍‌ବିଲ୍‌ଟ ମିନେରାଲାଇଜର୍‌ ଯାହା ପାଣିରେ ଥିବା ଜରୁରୀ ଖଣିଜ ଉପାଦାନଗୁଡ଼ିକୁ ଧରି ରଖିବ। ଏହା ଉପରେ କଂପାନି ଏକ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରୁଛି।

ଗୋଦ୍‌ରେଜ୍‌ର ବିଦ୍ୟୁତ ସଂଚୟକାରୀ ଏସି

ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ସର୍ବାଧିକ ଶକ୍ତି ସଂଚୟ କରୁଥିବା ଏସି ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ଗୋଦରେଜ୍‌ର ଗ୍ରିନ୍‌ ଇଭର୍ଟର ପ୍ରଯୁକ୍ତି ଯାହା ଶକ୍ତିକୁ ଠିକ୍‌ ଭାବେ ବ୍ୟବହାର କରିବ ଏବଂ ଶକ୍ତି ଅପଚୟକୁ ରୋକିପାରିବ। ଏଥିରେ ଥିବା ଇକୋ ମୋଡ୍‌କୁ ବ୍ୟବହାର କଲେ ୨୫% କମ୍‌ ଶକ୍ତି ବ୍ୟବହାର ହେବ। ଏହା ହେଉଛି ଗୋଦରେଜ୍‌ର ନୂଆ ଏନ୍‌ଏକ୍ସଡବ୍‌ଲ୍ୟୁ ଏସି। ଏହି ଏସି ଜରିଆରେ ୫-ଷ୍ଟାର୍‌ ଏସି ବଜାରର ୧୦ ଭାଗ ହାସଲ କରିବାକୁ କଂପାନି ଲକ୍ଷ୍ୟ ରଖିଛି। ଏନ୍‌ଏକ୍ସଡବ୍‌ଲ୍ୟୁ ରେଞ୍ଜର ୧ ଟନ୍‌ ଏସିର ମୂଲ୍ୟ ୫୫ ହଜାର ଟଙ୍କାରୁ ୬୫ ହଜାର ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର