ନୂଆ ଉତ୍ପାଦ, ହାୟର୍‌ର ନୂଆ ଏଲ୍‌ଇଡି ଟିଭି

ହାୟର ଇଣ୍ଡିଆ ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ନୂଆ ବର୍ଗର ଏଲ୍‌ଇଡି ଟିଭି ଉନ୍ମୋଚନ କରାଯାଇଛି। ସ୍ମାର୍ଟ ସେୟାର ବୈଶିଷ୍ଟ୍ୟ ଥିବା ଦୁଇଟି ଅତ୍ୟାଧୁନିକ ଏଲ୍‌ଇଡିକୁ କଂପାନି ଉନ୍ମୋଚନ କରିଛି। ଆଣ୍ଡ୍ରଏଡ୍‌ ଫୋନ୍ ବ୍ୟବହାରକାରୀମାନେ ଏହି ଟିଭିରେ ନିଜ ଫୋନ୍‌ରେ ଥିବା ଭିଡିଓକୁ ଦେଖିପାରିବେ। ଏଥିପାଇଁ ସେମାନଙ୍କୁ ୱାଇଫାଇ ତଥା ବ୍ଲୁଟୁଥ୍‌ ଭଳି ସଂଯୋଗର ଆବଶ୍ୟକତା ପଡ଼ିବ ନାହିଁ। ଏହି ଦୁଇ ଟିଭି ୮୦ ସେମି ଓ ୧୦୮ ସେମି ଆକାରରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ଯଥାକ୍ରମେ ୨୨,୯୯୦ ଟଙ୍କା ଓ ୪୦,୯୯୦ ଟଙ୍କା ରହିଛି।

ସିଏଟ୍‌ର ନୂଆ ମୋଟରସାଇକଲ୍ ଟାୟାର
ସିଏଟ୍‌ ଲିମିଟେଡ୍‌ ପକ୍ଷରୁ ମୋଟରସାଇକଲ୍‌ ପାଇଁ ଦୀର୍ଘସ୍ଥାୟୀ ଗ୍ରିପ୍‌ ଟାୟାର ‘ଗ୍ରିପ୍‌ ଏକ୍ସ୩’କୁ ଉନ୍ମୋଚନ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଟାୟାର‌୍‌ ୧୦୦ସିସି-୧୨୫ ସିସି ମୋଟରସାଇକଲ୍‌ ପାଇଁ ଉପଲବ୍ଧ ହେବ। ଖୁବ୍‌ଶୀଘ୍ର ୧୫୦ସିସି ମୋଟରସାଇକଲ୍‌ ପାଇଁ ମଧୢ ଏହି ଟାୟାର ଉପଲବ୍ଧ ହେବ। ବାଇକ ଚାଳକଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବା ପାଇଁ ସିଏଟ୍‌ ଗ୍ରିପ୍‌ ଏକ୍ସ୩କୁ ପ୍ରସ୍ତୁତ କରାଯାଇଛି। ଡୁଆଲ୍‌ କମ୍ପାଉଣ୍ତ୍‌ ପ୍ରଯୁକ୍ତି ସହିତ ଏହି ଟାୟାର ଦୀର୍ଘସ୍ଥାୟୀ ଗ୍ରିପ୍‌ ପ୍ରଦାନ କରୁଛି।

ଡ୍ୟୁକ୍‌ର ନୂଆ ‌େପାଷାକ
ଡ୍ୟୁକ୍ ପକ୍ଷରୁ ଶରତ ଶୀତ ପେ‌ାଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସାରା ବିଶ୍ବର ବିଭିନ୍ନ ସ୍ଥାନରୁ ଅନୁପ୍ରାଣିତ ହୋଇ କଂପାନି ଏହି ପୋଷାକଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରିଛି। ଅଷ୍ଟ୍ରିଆର ଛାପ ଏହି ପୋଷାକଗୁଡ଼ିକରେ ଦେଖିବାକୁ ମିଳିବ। ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ଓ‌େଲନ୍ ଟପ୍‌, ସ୍ବେଟର୍‌, ସ୍ବେଟ୍ ସାର୍ଟ, ଜ୍ୟା‌େକଟ୍, ଥର୍ମାଲ୍‌, ଟ୍ରାକ୍ ସୁଟ୍ ଓ ଫୁଟ୍‌ଓୟାର୍‌ ଆଦି ରହିଛି। ଆଜିର ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଏହି ପୋଷାକଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ବୋଲି କଂପାନିର ନିର୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର