କାର୍‌ ବଜାର, ଫେରିଲା ହୁଣ୍ଡାଇ ସାଣ୍ଟ୍ରୋ

ଚେନ୍ନାଇ: ଦେଶର ଦ୍ବିତୀୟ ବୃହତ୍ କାର ନିର୍ମାତା ହୁଣ୍ଡାଇ ସାଣ୍ଟ୍ରୋ ଫେରିଛି। ଆସନ୍ତା ୨୩ ତାରିଖରେ ଏହି କାରର ୱାର୍ଲଡ ପ୍ରିମିୟର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଷ୍ଟାଇଲ, ଡିଜାଇନ, ସୁରକ୍ଷା ସୁବିଧା ଆଦିରେ ଅନେକ ନୂତନତ୍ବ ଏହି ନୂଆ ସାଣ୍ଟ୍ରୋରେ ଅଣାଯାଇଛି। ନୂଆ କାରର ଅନାବରଣ ପରିପ୍ରେକ୍ଷୀରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ଏମଡି ତଥା ସିଇଓ ୱାଇ କେ କୁ କହିଛନ୍ତି, ଭାରତୀୟମାନେ ସର୍ବସମ୍ମତି କ୍ରମେ ଏହି ନୂଆ କାରର ନାମ ସାଣ୍ଟ୍ରୋ ରଖିଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ। ଚଳିତମାସ ୧୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ଏହି କାରକୁ ଅନଲାଇରେ ବୁକିଂ କରିପାରିବେ।

ହୋଣ୍ଡାର ନୂଆ ସିଆର୍-ଭି
ନୂଆଦିଲ୍ଲୀ: ହୋଣ୍ଡା କାର୍‌ସ ଇଣ୍ଡିଆ ପକ୍ଷରୁ ପଞ୍ଚମ ପିଢ଼ିର ନୂଆ ଏସୟୁଭି ‘ସିଆର-ଭି’ର ବଜାର ପ୍ରବେଶ ଭାରତରେ କରାଯାଇଛି। ପ୍ରଥମ ଥର ପାଇଁ ହୋଣ୍ଡା ସିଆର-ଭିର ଡିଜେଲ ଭାରିଆଣ୍ଟ ଅଣାଯାଇଛି। ନୂଆ ହୋଣ୍ଡା ସିଆର-ଭି ପ୍ରିମିୟମ ଏସୟୁଭି ବର୍ଗରେ କମ୍ପାନିର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ଆଶା ରଖାଯାଇଛି। ପ୍ରିମିୟମ ସେଗମେଣ୍ଟ ଏସୟୁଭିରେ ସିଆର-ଭି ଗେମ ଚେଞ୍ଜର ହେବ ବୋଲି ହୋଣ୍ଡା କାର୍‌ସ ଇଣ୍ଡିଆର ସଭାପତି ତଥା ସିଇଓ ଗାକୁ ନାକାନାସି କହିଛନ୍ତି। । ଗୋଟିଏ ପେଟ୍ରୋଲ ଏବଂ ଦୁଇଟି ଡିଜେଲ ଭାରିଆଣ୍ଟ ସମେତ ୫ଟି ଆକର୍ଷଣୀୟ ରଙ୍ଗରେ ଏହି ଏସୟୁଭି ବଜାରକୁ ଆସିଛି।

ସମ୍ବନ୍ଧିତ ଖବର