ଆଦିତ୍ୟ ହୁଣ୍ଡାଇରେ ନୂଆ ‘ସା‌େ‌‌ଣ୍ଟ୍ରା’

ଭୁବନେଶ୍ବର: ଆଦିତ୍ୟ ହୁଣ୍ଡାଇରେ ‘ଅଲ୍‌ ନିଉ ସା‌‌େଣ୍ଟ୍ର‌ା’କୁ ଉନ୍ମୋଚନ କରାଯାଇଛି। ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ୱାଇ କେ କୋ ଓ ଆଦିତ୍ୟ ହୁଣ୍ଡାଇର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି। ଭାରତୀୟ ପରିବାରର ଆବଶ୍ୟକତା ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସା‌‌େଣ୍ଟ୍ର‌ା ସ୍ମାର୍ଟ ଅଟୋ ଏଏମ୍‌ଟି ଓ ସିଏନ୍‌ଜି ବିକଳ୍ପରେ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ରହିଛି ୪ ସିଲିଣ୍ଡର ବିଶିଷ୍ଟ ୧.୧ ଲିଟର ପେଟ୍ରୋଲ୍‌ ଇଞ୍ଜିନ। ଏହାର କ୍ୟାବିନ୍ ବେଶ ପ୍ରିମିୟମ୍ ହୋଇଥିବା ବେଳେ ଆରାମଦାୟକ ମଧ୍ୟ। ଏଥିରେ ‌ଅନେକ ପ୍ରକାର ନୂତନ ପ୍ରଯୁକ୍ତି ଓ ନିରାପତ୍ତା ବୈଶିଷ୍ଟ୍ୟକୁ ବ୍ୟବହାର କରାଯାଇଛି। ଏହା ସାତଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୩ ଲକ୍ଷ ୯୦ ହଜାର ଟଙ୍କାରୁ ୫ ଲକ୍ଷ ୪୬ ହଜାର ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର