ଗୋଏୟାରର ନୂଆ ଅଫର, ଭୁବନେଶ୍ବର-କୋଲକତା ଟିକେଟ ମାତ୍ର ୧୪୨୦ ଟଙ୍କାରେ

ଭୁବନେଶ୍ୱର: ଘରୋଇ ବିମାନସେବା କମ୍ପାନି ଗୋ’ଏୟାର ପକ୍ଷରୁ ଏକ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଆକର୍ଷଣୀୟ ଦରରେ ବିମାନ ଟିକେଟ ପ୍ରଦାନ କରୁଛି ଗୋ ଏୟାର । ଏହି ସ୍କିମରେ ଟିକଟ୍ ଦାମ୍ ୧୪୨୦ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନି ଭୁବନେଶ୍ୱର ଠାରୁ କୋଲକାତା ଟିକେଟ ୧୪୨୦ ଟଙ୍କା ଏବଂ ଭୁବନେଶ୍ୱର ଠାରୁ ମୁମ୍ବାଇ ଟିକେଟ ୩୬୨୦ ଟଙ୍କା ରଖିଛି ।

ଏହି ଅଫରର ସୁଯୋଗ ନେବା ପାଇଁ ଯାତ୍ରୀମାନଙ୍କୁ ୩ରୁ ୮ ସେପ୍ଟେମ୍ବର ମଧ୍ୟରେ ଟିକେଟ କାଟିବାକୁ ପଡିବ । ଯାତ୍ରୀମାନେ ୨୦୨୦ ଜାନୁଆରୀ ୧୪ରୁ ଜୁଲାଇ ୩୧ ମଧ୍ୟରେ ଗୋଏୟାର ନେଟୱର୍କ ଜରିଆରେ ଦେଶ ଭିତରେ ଥିବା ୨୪ଟି ସ୍ଥାନକୁ ଯାତ୍ରା କରିପାରିବେ । ୨୦୨୦ ସ୍କିମ ଜରିଆରେ ଗୋଏୟାରର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କ ପାଇଁ ଯାତ୍ରାକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା । ୨୦୨୦କୁ ସ୍ମରଣୀୟ କରିବାକୁ ଏହି ସ୍କିମର ଟିକେଟଗୁଡ଼ିକର ଦାମଶେଷରେ ୨୦ ଅଙ୍କ ରହିଛି । ଗୋଏୟାର ବର୍ତମାନ ୩୦୦ଟି ନିୟମିତ ବିମାନ ସହିତ ୨୪ଟି ଘରୋଇ ସ୍ଥାନକୁ ଉଡ଼ାଣ କରୁଛି ।

ସମ୍ବନ୍ଧିତ ଖବର