ନୂଆ ଟେଲିକମ୍ ନୀତି:୪୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

ଲକ୍ଷ୍ୟ କ’ଣ?

8୧୦୦ ବିଲିଅନ୍ ପୁଞ୍ଜିନିବେଶ ଆଣିବା
8ପ୍ରତି ନାଗରିକଙ୍କୁ ୫୦ ଏମ୍‌ବି ବେଗରେ ବ୍ରଡ୍‌ବ୍ୟାଣ୍ଡ୍‌
8୨୦୨୦ ସୁଦ୍ଧା ପ୍ରତି ଗ୍ରାମ ପଞ୍ଚାୟତକୁ ସେକେଣ୍ଡ୍‌ ପିଛା ୧ଜିବି ବେଗରେ ବ୍ରଡ୍‌ବ୍ୟାଣ୍ଡ୍‌
8୨୦୨୨ ସୁଦ୍ଧା ୧୦ ଜିବି ବେଗରେ ବ୍ରଡ୍‌ବ୍ୟାଣ୍ଡ୍‌
8ସବୁ ଅପହଞ୍ଚ ଅଞ୍ଚଳରେ ସଂଯୋଗ ପ୍ରଦାନ
8୧ ନିୟୁତ ଶ୍ରମ ଶକ୍ତିଙ୍କୁ ତାଲିମ
8୫ ନିୟୁତ କନେକ୍ଟେଡ୍‌ ଡିଜାଇସ୍‌ ସହିତ ଆଇଓଟିକୁ ସମ୍ପ୍ରସ‌ାରିତ କରିବା
8ଏକ ସୁଦୃଢ଼ ତଥ୍ୟ ସୁରକ୍ଷା ବ୍ୟବସ୍ଥା‌ ସ୍ଥାପନ କରିବା
8ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ବର ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ସାମିଲ କରିବା
8ଜାତୀୟ ଡିଜିଟାଲ୍‌ ଗ୍ରିଡ୍‌ ସ୍ଥାପନ କରିବା
8ସବୁ ନୂଆ ସହର ଓ ରାଜପଥ ପ୍ରକଳ୍ପରେ ସାଧାରଣ ସେବା ଲାଇନ୍ ଓ ୟୁଟିଲିଟି କରିଡର୍‌ ସ୍ଥାପନ କରିବା
8ଅନୁମୋଦନରେ ରହୁଥିବା ବାଧା ଦୂର କରିବାନୂଆଦିଲ୍ଲୀ,: କେନ୍ଦ୍ର କ୍ୟାବିନେଟ୍‌ କମିଟିରେ ଆଜି ନୂଆ ଟେଲିକମ୍ ନୀତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଟେଲିକମ୍ ଶିଳ୍ପରେ ୪୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ଓ ୧୦୦ ବିଲିଅନ୍ ଡଲାର ପୁଞ୍ଜିନିବେଶ ହାସଲ କରିବା ଲକ୍ଷ୍ୟ ନେଇ ଏହି ନୀତିକୁ ପ୍ରସ୍ତୁତ କରାଯାଇଛି।
ଜାତୀୟ ବ୍ରଡ୍‌ବ୍ୟାଣ୍ଡ୍‌ ମିସନ୍ ଜରିଆରେ ୨୦୨୦ ସୁଦ୍ଧା ଦେଶରେ ୫ ନିୟୁତ ଓ ୨୦୨୨ ସୁଦ୍ଧା ୧୦ ନିୟୁତ ପବ୍ଲିକ୍ ୱାଇ-ଫାଇ ହଟ୍‌-ସ୍ପଟ୍‌ ମୂତୟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଘରେ ଘରେ ଫାଇବର୍‌ ପହଞ୍ଚାଇବା ପାଇଁ ‘ପ୍ରଥମେ ଫାଇବର୍‌’ ଅଭିଯାନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ପ୍ରଯୁକ୍ତି, ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍୍‌ର ଭିତ୍ତିଭୂମିରେ ସମନ୍ବୟ ପାଇଁ ଭାରତୀୟ ଟେଲିଗ୍ରାଫ୍ ନୀତି ୧୮୮୫ ଓ ଅନ୍ୟାନ୍ୟ ନିୟମଗୁଡ଼ିକରେ ସଂଶୋଧନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଶେଷ ଥର ପାଇଁ ୨୦୧‌୨ରେ ଟେଲିକମ୍ ନୀତି ଘୋଷଣା କରାଯାଇଥିଲା। ଏହା ପରେ ଏହି ଶିଳ୍ପରେ ଅନେକ ପରିବର୍ତ୍ତନ ହୋଇସାରିଲାଣି। ଆଗକୁ ୫ଜି ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌ (ଆଇଓଟି) ଭଳି ଉଦୀୟମାନ ପ୍ରଯୁକ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି। ସବୁ ବିଷୟକୁ ଦୃଷ୍ଟିରେ ରଖି ନୂଆ ଟେଲିକମ୍ ନୀତି ପ୍ରସ୍ତୁତ କରାଯାଇଛି। ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, ଆମେ ନୂଆ ନୀତିକୁ ଗ୍ରାହକ କୈନ୍ଦ୍ରୀକ ଓ ବ୍ୟବହାର କୈନ୍ଦ୍ରୀକ କରିଛୁ। ସମସ୍ତ ପ୍ରମୁଖ ବିକାଶ ଅନୁଷ୍ଠାନରେ ୫୦ ଏମ୍‌ବିପିଏସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ପ୍ରଦାନ କରିବା ଓ ସବୁ ଅଞ୍ଚଳରେ ଟେଲିକମ୍ ସେବା ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସମସ୍ତଙ୍କ ପାଖରେ ବ୍ରଡ୍‌ବ୍ୟାଣ୍ଡ୍ ପହଞ୍ଚାଇବାକୁ ସରକାର ପ୍ରୟାସ କରିବେ। ଟେଲିକମ୍ ଶିଳ୍ପ‌କୁ ୧୦୦ ବିଲିଅନ୍ ଡଲାର ପୁଞ୍ଜିନିବେଶ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଟିକସ ଓ ଶୁଳ୍କର ଅନୁଧ୍ୟାନ କରିବେ। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ସେମାନଙ୍କ ମୋଟ ରାଜସ୍ବର ୩-୬% ଅର୍ଥରାଶି ସ୍ପେକ୍ଟ୍ରମ୍ ଫି’ ଓ ୮% ରାଶି ଲାଇସେନ୍ସ ଫି’ ବାବଦରେ ଟେଲିକମ୍ ବିଭାଗକୁ ପ୍ରଦାନ କରୁଛନ୍ତି।‌

ସମ୍ବନ୍ଧିତ ଖବର