ଏଣିକି ମହିଳାଙ୍କୁ ସୁରକ୍ଷା ଦେବଏହି ଡ଼ିଭାଇସ୍‌! ବଦ୍‌ମାସ୍‌ଙ୍କୁ ପଠାଇବ ଜେଲ୍‌!

ଏଣିକି ଅସୁବିଧାରେ ପଡ଼ିଥିବା ମହିଳା ଓ ଛୋଟ ଶିଶୁମାନଙ୍କୁ ସାହାଯ୍ୟ କରି ବଦ୍‌ମାସ୍‌ଙ୍କୁ ଜେଲ୍‌ ପଠାଇବ ଟ୍ରାକିଙ୍ଗ୍‌ ଡ଼ିଭାଇସ୍‌।  ଏବେ ସେଫ୍ଟି ଟେକ୍‌ନୋଲୋଜି କଂପାନି ୟେପ୍‌ଜୋନ୍‌ ଓଓ୍ଵାଇ ତରଫରୁ ମହିଳା ଏବଂ ଛୋଟ ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ଟ୍ରାକିଙ୍ଗ୍‌ ଡ଼ିଭାଇସ୍‌ ଲଞ୍ଚ୍‌ କରାଯାଇଛି। ଏହି ଡିଭାଇସର ନାମ ରହିଛି ୟେପଜୋନ୍‌ । ଏହାସହିତ ଏହି ଡ଼ିଭାଇସ୍‌ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି,ଏଥିରେ ଲଗାଯାଇଥିବା କ୍ଲାଉଡ଼୍‍ ସର୍ଭିସ୍‌ ଜରିଆରେ ଦୁନିଆର କୌଣସି ନା କୌଣସି କୋଣ ଅନୁକୋଣ ହେଉନା କାହିଁକି ଏହା ତା’କୁ ଟ୍ରାକ୍‌ କରିବାରେ ସକ୍ଷମ ଅଟେ। ଏତଦ୍‌ବ୍ୟତୀତ ଏହି ଟ୍ରାକିଙ୍ଗ୍‌ ଡ଼ିଭାଇସ୍‌ ମଧ୍ୟ ମୋବାଇଲ୍‌ ଆପ୍‌ ସାହାଯ୍ୟରେ କୌଣସି ବ୍ୟକ୍ତିର ସଠିକ୍‌ ଲୋକେସନକୁ ବି ଟ୍ରାକ୍‌ କରିପାରେ!

ମିଳିଥିବା ସୂଚନା ଅନୁଯାୟୀ , ସେଫ୍ଟି ଟେକ୍‌ନୋଲୋଜି କଂପାନି ୟେପ୍‌ଜୋନ୍‌ ଓଓ୍ଵାଇ ତରଫରୁ କୁହାଯାଇଛି କି ,ଏହି ନୂତନ ଡ଼ିଭାଇସ୍‌କୁ ଥରଟିଏ ସଂପୂର୍ଣ୍ଣ ଚାର୍ଜ କରିଲେ ଏହା ବେଶ୍‌ କିଛି ଦିନ ପର୍ଯ୍ୟନ୍ତ ଚାଲୁରହିବ। ଏହାସହିତ ବ୍ୟକ୍ତି ଚାହିଁଲେ ବି ଏହାକୁ ନିଜ ହାତରେ ଘଣ୍ଟା ଭଳି ପିନ୍ଧିପାରିବେ!

ସୂତ୍ର ଅନୁସାରେ ୟେପ୍‌ଜୋନ୍‌ ଓଓ୍ଵାଇ କଂପାନି ତରଫରୁ ଏହି ଡ଼ିଭାଇସ୍‌ କୁ ସର୍ବପ୍ରଥମେ ୨୦୧୨ରେ ଲଞ୍ଚ କରାଯାଇଥିଲା। ଯେଉଁ ସମୟରେ କି ଫିନ୍‌ଲ୍ୟାଣ୍ଡ୍‌, ଆମେରିକା ଏବଂ ଇଂଲଣ୍ଡ ଭଳି ଦେଶରେ ଏହାକୁ ବ୍ୟବହାର କରାଯାଇଥିଲା। ହେଲେ ଏବେ ଭାରତର ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷାକୁ ନଜରରେ ରଖି କଂପାନି ତରଫରୁ ଏହି ନୂତନ ଡ଼ିଭାଇସ୍‌କୁ ଭାରତରେ କାର୍ଯ୍ୟକାରୀ କରାଯାଉଛି।

ସମ୍ବନ୍ଧିତ ଖବର