‘ନିକନ୍‌’ ଆୟୋଜନ କରିବ ୮୨୦ ଫଟୋଗ୍ରାଫି କର୍ମଶାଳା

ଭୁବନେଶ୍ୱର: ଦେଶରେ ଫଟୋଗ୍ରାଫି ସଂସ୍କୃତିର ପ୍ରସାର କରିବା ପାଇଁ ଅଗ୍ରଣୀ କ୍ୟାମେରା କଂପାନି ନିକନ୍‌ ପକ୍ଷରୁ ଚଳିତ ବର୍ଷ ସାରା ଦେଶରେ ୮୨୦ କର୍ମଶାଳା ଆୟୋଜନ କରାଯିବ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ‘ନିକନ୍‌ ସ୍କୁଲ୍‌’ ନାମରେ ଏହି କର୍ମଶାଳା ଆୟୋଜନ କରାଯିବ ବୋଲି କଂପାନିର ପରିଚାଳନା ନିର୍ଦେଶକ ସଜ୍ଜନ କୁମାର କହିଛନ୍ତି। ଏମ୍‌ଡି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ଶ୍ରୀ କୁମାର ବାପୁଜୀ ନଗରଠାରେ ଥିବା ସ୍ପେକ୍ଟ୍ରା ଇଟି ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆମେ ଲୋକମାନଙ୍କ ମଧ୍ୟରେ ଫଟୋଗ୍ରାଫିର ଏକ ସଂସ୍କୃତି ସୃଷ୍ଟି କରିବାକୁ ଚାହୁଁଛୁ। ସ୍ମାର୍ଟଫୋନ୍‌ ପ୍ରତିଟି ଲୋକଙ୍କୁ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରିିଥିବା ବେଳେ ଏହି କର୍ମଶାଳାଗୁଡ଼ିକ ଜରିଆରେ ଆମେ ସେମାନଙ୍କୁ ଦକ୍ଷ ପ୍ରଟୋଗ୍ରାଫର୍‌ରେ ପରିଣତ କରିବୁ। ସ୍କୁଲ୍‌, କଲେଜଠାରୁ ଆରମ୍ଭ କରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଲୋକପ୍ରିୟ ସ୍ଥାନ ଓ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳରେ ଏହି କର୍ମଶାଳା ସବୁ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସାରା ଭାରତରେ ବର୍ଷକୁ ୫ ଲକ୍ଷରୁ ଅଧିକ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ବିକ୍ରି କରାଯାଉଛି। ଏହି ବଜାରର ୪୫% ଅଂଶ ନିକନ୍‌ କବ୍‌ଜାରେ ରହିଛି। ନିକନ୍‌ ଏବେ ବଜାରରେ ୧୩ଟି ଡିଏସ୍‌ଏଲ୍‌ଆର୍‌ ଓ ୭ଟି କମ୍ପାକ୍ଟ ମଡେଲ୍‌ର କ୍ୟାମେରା ବିକ୍ରି କରୁଛି। ଓଡ଼ିଶାରେ କଂପାନିର କାରବାର ବିଷୟରେ ଶ୍ରୀ କୁମାର କହିଛନ୍ତି ଯେ, ଜାତୀୟ ହାର ତୁଳନାରେ ଓଡ଼ିଶା ବଜାରର ଅଭିବୃଦ୍ଧି ହାର ଅଧିକ। ସର୍ବଭାରତୀୟ ସ୍ତରରେ ନିକନ୍‌ ୫-୬% ଅଭିବୃଦ୍ଧି ହାସଲ କରିଥିବା ବେଳେ ଓଡ଼ିଶାରେ ଏହି ହାର ୧୦%ରୁ ଅଧିକ ରହିଛି। ସାରା ଦେଶରେ ନିକନ୍‌ର କ୍ୟାମେରାଗୁଡ଼ିକ ୩୦୦୦ ଆଉଟ୍‌ଲେଟ୍‌ ଓ ୧୪୦ ସ୍ୱତନ୍ତ୍ର ଜୋନ୍‌ରେ ଉପଲବ୍ଧ ହେଉଛି। ଏହାର ସାରା ଦେଶରେ ୩୭ ସର୍ଭିସ୍‌ ସେଣ୍ଟର୍‌ ଓ ୫୦ କଲେକ୍ସନ୍‌ ସେଣ୍ଟର୍‌ ରହିଛି। ଏହି ଅବସରରେ ନିକନ୍‌ର ଶାଖା ପ୍ରବନ୍ଧକ (ସର୍ଭିସ୍‌) ଚିତେଶ୍ୱର ମିଶ୍ର, ଆର୍‌ଏସ୍‌ଏମ୍‌ ରାଜୀବ ଦତ୍ତ, ଏଏସ୍‌ଏମ୍‌ ଦେବେଶ ମାଝି, ବିରତକ ରାଜେଶ ଦୋରା, ବିକ୍ରି ମୁଖ୍ୟ ଦେବାଂଶୁ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାହୁ ଓ ରୁଟ୍‌ ଟ୍ରେନର୍‌ ରାକେଶ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର