ପିଗ୍‌ ଆଇରନ୍‌ ଉତ୍ପାଦନରେ ଏନ୍‌ଆଇଏନ୍‌ଏଲ୍‌ର ରେକର୍ଡ

ଭୁବନେଶ୍ୱର: କଳିଙ୍ଗ ନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନ୍‌ଆଇଏନ୍‌ଏଲ୍‌) ଗତ ୧୧ ତାରିଖରେ ୨୬୦୫ ଟନ୍‌ର ପିଗ୍‌ ଆଇରନ୍‌ ଉତ୍ପାଦନ କରିଛି। ଆଜି ପର୍ଯ୍ୟନ୍ତ କାରଖାନାରୁ ହୋଇଥିବା ସର୍ବୋଚ୍ଚ ଦୈନିକ ପିଗ୍‌ ଆଇରନ୍‌ ଉତ୍ପାଦନ ସହ ସମକକ୍ଷ ହେବାର ରେକର୍ଡ ଏନ୍‌ଆଇଏନ୍‌ଏଲ୍‌ ହାସଲ କରିଛି। ଏହିଦିନ କମ୍ପାନି ୨୭୭୧ ଟନ୍‌ ହଟ୍‌ ମେଟାଲ ଉତ୍ପାଦନ କରି ଏ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ତୃତୀୟ ସର୍ବାଧିକ ଉତ୍ପାଦନ କରିବାର ସଫଳତା ହାସଲ କରିଛି। ଏହି ଉପଲବ୍ଧି ପାଇଁ ଏନ୍‌ଆଇଏନ୍‌ଏଲ୍‌ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶଶିଶେଖର ମହାନ୍ତି ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର