ଏନ୍‌ଆଇଏନ୍‌ଏଲ୍‌ର ରେକର୍ଡ ଉତ୍ପାଦନ

0 25

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ମେ ମାସରେ କଳିଙ୍ଗ ନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌) ୬୯,୪୫୫ ଟନ୍‌ ହଟ୍‌ ମେଟାଲ ଉତ୍ପାଦନ କରିଛି। ଯେ କୌଣସି ମେ ମାସ ତୁଳନାରେ କମ୍ପାନିର ଏହା ରେକର୍ଡ ଏବଂ ଦ୍ୱିତୀୟ ସର୍ବାଧିକ ମାସିକ ହଟ୍‌ ମେଟାଲ ଉତ୍ପାଦନ। ୨୦୦୨ରେ କମ୍ପାନି କାର୍ଯ୍ୟକ୍ଷମ ହେବା ପରଠାରୁ ୨୦୧୦ ମାର୍ଚ୍ଚ ମାସରେ ସର୍ବାଧିକ ୭୦୩୩୦ ଟନ୍‌ ହଟ୍‌ ମେଟାଲ ଉତ୍ପାଦନ କରିଥିଲା। ଏନ୍‌ଆଇଏନ୍‌ଏଲର୍‌ ବ୍ଲାଷ୍ଟ ଫର୍ଣ୍ଣେସ୍‌-ବ୍ରାହ୍ମଣୀର କ୍ୟାପିଟାଲ ମରାମତି କାର୍ଯ୍ୟ ଶେଷ ହେବା ପରେ ରେକର୍ଡ ୩୦୦୧ ଟନ୍‌ ହଟ୍‌ ମେଟାଲ ଉତ୍ପାଦନ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.