ନ୍ୟୁୟର୍କରେ ନିରବ ମୋଦି!

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଏବେ ନ୍ୟୁୟର୍କରେ ରହୁଥିବା ସୂଚନା ମିଳିଛି। ଭାରତ ସରକାର ତାଙ୍କ ପାସପୋର୍ଟକୁ ରଦ୍ଦ କରିଦେଇଥିଲେ ମଧ୍ୟ ସେ ସେହି ପାର୍ସପୋର୍ଟରେ ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି। ସିବିଆଇ ତଦନ୍ତ ଆରମ୍ଭ କରିବା ପୂର୍ବରୁ ନିରବ ଭାରତରୁ ପଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେ ମୁମ୍ବାଇରୁ ସଂଯୁକ୍ତ ଆରବ ଏମିରେଟ୍‌ସକୁ, ତାହା ପରେ ହଂକଂକୁ ଏବଂ ପରେ ଲଣ୍ଡନକୁ ଯାତ୍ରା କରିଛନ୍ତି। ମାର୍ଚ ମାସରେ ସେ ଲଣ୍ଡନ ଛାଡ଼ି ନ୍ୟୁୟର୍କରେ ରହୁଛନ୍ତି। ଜାନୁଆରି ପହିଲାରେ ଭାରତ, ଫେବ୍ରୁଆରି ୨ରେ ସଂଯୁକ୍ତ ଆରବ ଏମିରେଟ୍‌ସ, ଫେବ୍ରୁଆରି ୧୪ରେ ହଂକଂ ଛାଡ଼ିଥିବାର ପ୍ରମାଣ ରହିଛି।

ସମ୍ବନ୍ଧିତ ଖବର