ବ୍ୟକ୍ତିଗତ ଆକାଉଣ୍ଟକୁ ନିରବ ନେଇଛନ୍ତି ୯୩୪ କୋଟି

ମୁମ୍ବାଇ,: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ବ୍ୟବସାୟ ପାଇଁ ନେଇଥିବା ଋଣରୁ ୯୩୪ କୋଟି ଟଙ୍କା ତାଙ୍କ ନିଜ ଆକାଉଣ୍ଟ ସମେତ ପତ୍ନୀ ଏମି ମୋଦୀ ଓ ବାପା ଦୀପକ ମୋଦୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି। ନିଜ ଆକାଉଣ୍ଟକୁ ସେ ୫୬୦ କୋଟି, ପତ୍ନୀଙ୍କ ଆକାଉଣ୍ଟକୁ ୨୦୦ କୋଟି ଏବଂ ବାପାଙ୍କ ଆକାଉଣ୍ଟକୁ ୧୭୪ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି। ଏ ସମସ୍ତ ଆକାଉଣ୍ଟ ବିଦେଶୀ ବ୍ୟାଙ୍କରେ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପିଏମଏଲଏ ଅଦାଲତରେ ଦାଖଲ ହୋଇଥିବା ଦ୍ବିତୀୟ ଅଭିଯୋଗଫର୍ଦ୍ଦରୁ ଏହି ବିଷୟ ପଦାକୁ ଆସିଛି।

ନିରବଙ୍କ ପତ୍ନୀ ବି ଅଭିଯୁକ୍ତ
ଇଡି ପକ୍ଷରୁ ନିକଟରେ ମୁମ୍ବାଇରେ ପିଏମଏଲଏ ଅଦାଲତରେ ଦାଖଲ କରାଯାଇଥିବା ଦ୍ବିତୀୟ ଅଭିଯୋଗଫର୍ଦ୍ଦରେ ନିରବ ମୋଦୀଙ୍କ ପତ୍ନୀ ଏମି ମୋଦୀଙ୍କୁ ମଧ୍ୟ ଅଭିଯୁକ୍ତଭାବେ ଦର୍ଶାଯାଇଛି। ଗତବର୍ଷ ମେ ମାସରେ ଇଡି ପକ୍ଷରୁ ଦାଖଲ କରାଯାଇଥିବା ପ୍ରଥମ ଅଭିଯୋଗଫର୍ଦ୍ଦରେ ଏମିଙ୍କୁ ଅଭିଯୁକ୍ତ କରାଯାଇ ନଥିଲା।

ସମ୍ବନ୍ଧିତ ଖବର