ନିରବ ମୋଦିଙ୍କ କଳାକୃତି ସଂଗ୍ରହ ନିଲାମରୁ ଆୟ ହେଲା ୫୪. ୮୪ କୋଟି ଟଙ୍କା
ମୁମ୍ବାଇ: ଭାରତରୁ ଫେରାର ହୋଇ ସମ୍ପ୍ରତି ଲଣ୍ଡନରେ ଗିରଫ ହୋଇଥିବା ଅଳଙ୍କାର ବ୍ୟବସାୟୀ ନିରବ ମୋଦିଙ୍କ ସଂଗୃହୀତ ୬୮ଟି କଳାକୃତିକୁ ମଙ୍ଗଳବାର ଦିନ ସାଫ୍ରନ୍ଆର୍ଟର ସ୍ପି୍ରଙ୍ଗ୍ ଲାଇଭ୍ର ନିଲାମ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆୟକର ବିଭାଗର ଟ୍ୟାକ୍ସ୍ ରିକଭରି ଅଫିସର୍ ଅଫ୍ ଇଣ୍ଡିଆ ତରଫରୁ ମୁମ୍ବାଇର ଏହି ନିଲାମ ସଂସ୍ଥା ଏହି କଳାକୃତି ବିକ୍ରୟ ପରିଚାଳନା କରିଥିଲା। ଏଥିରେ ବହୁସଂଖ୍ୟକ ଆଧୁନିକ ଓ ସମସାମୟିକ ଭାରତୀୟ ଚିତ୍ରକଳା ଓ କିଛି ସମସାମୟିକ ଚୀନ୍ ଚିତ୍ରକଳା ରହିଥିଲା।
ଫେବ୍ରୁଆରି ମାସରେ ଆୟକର ବିଭାଗ ମୋଦିଙ୍କର ୧୭୦ରୁ ଅଧିକ ଚିତ୍ରକଳା ଜବତ କରିଥିଲା।
ଗତ ସପ୍ତାହରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍ରେ ପଞ୍ଜିକୃତ ଏକ ସ୍ୱତନ୍ତ୍ର ଅଦାଲତ ଏହି ଚିତ୍ରକଳା ବିକ୍ରି କରିବାକୁ ଅନୁମତି ଦେଇଥିଲା। ଏଥିରୁ ପ୍ରାପ୍ତ ଅର୍ଥରେ ମୋଦିଙ୍କର ଏକ ସେଲ୍ କମ୍ପାନି କ୍ୟାମେଲଟ୍ ଏଣ୍ଟର୍ପ୍ରାଇସେସ୍ର ବକେୟା ପଡ଼ିଥିବା ୯୫ କୋଟି ଟଙ୍କାର ଆୟକର ଭରଣା କରାଯିବ।
ଏହି ଚିତ୍ରକଳାଗୁଡ଼ିକରୁ ୫୫ଟି ବିକ୍ରୟ ହୋଇ ମୋଟ୍ ୫୪. ୮୪ କୋଟି ଟଙ୍କା ଆୟ ହୋଇଥିଲା।
ଭିଏସ୍ ଗୈଟଣ୍ଡ୍ଙ୍କ ଦ୍ୱାରା କ୍ୟାନ୍ଭାସ୍ରେ ଅଙ୍କିତ ଏକ ଅନାମିତ ତୈଳଚିତ୍ର ୨୫. ୨୪ କୋଟି ଟଙ୍କା ମୂଲ୍ୟରେ ବିକ୍ରୟ ହୋଇଥିବା ବେଳେ ରବି ବର୍ମାଙ୍କର ଏକ ଚିତ୍ରରୁ ମିଳିଥିଲା ୧୬. ୧୦ କୋଟି ଟଙ୍କା।