ନିରବଙ୍କ ଭଉଣୀଙ୍କ ବିରୋଧରେ ରେଡ୍‌ କର୍ନର୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଭଉଣୀ ପୂର୍ବୀ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ୍‌ ପକ୍ଷରୁ ରେଡ୍‌ କର୍ନର୍‌ ନୋଟିସ୍‌ ଜାରି କରାଯାଇଛି। ମନି ଲଣ୍ଡରିଂ ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି। ଏଥିରେ ପୂର୍ବୀଙ୍କୁ ଜଣେ ବେଲ୍‌ଜିୟମ୍‌ ନାଗରିକ ବୋଲି ଦର୍ଶାଯାଇଥିବା ବେଳେ ପୂରା ନାମ ପୂର୍ବୀ ଦୀପକ ମୋଦୀ ଏବଂ ବୟସ ୪୪ ବୋଲି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର