କାର୍ ମୂଲ୍ୟ ବଢ଼ାଇବ ନିସାନ୍

0

ନୂଆଦିଲ୍ଲୀ: ନିସାନ ମୋଟର୍ସ ଆସନ୍ତା ଏପ୍ରିଲ ପହିଲାରୁ ଡାଟସନ୍ ଗୋ ଏବଂ ଗୋ+ କାର ମୂଲ୍ୟ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ରେନଲ୍ଟ, ଟାଟା ମୋଟର୍ସ, ମହିନ୍ଦ୍ରା, ଟୟୋଟା ଏବଂ ଜାଗୁଆର ଲ୍ୟାଣ୍ଡରୋଭର ପରେ ନିସାନ ଏହାର କାର ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଡାଟସନ ଗୋ ମୂଲ୍ୟ ଏବେ ୩ ଲକ୍ଷ ୩୨ ହଜାରରୁ ୫ ଲକ୍ଷ ୧୭ ହଜାର ଟଙ୍କା ମଧ୍ୟରେ ଥିବାବେଳେ ଗୋ+ର ମୂଲ୍ୟ ୩ ଲକ୍ଷ ୮୬ ହଜାରରୁ ୫ ଲକ୍ଷ ୮୯ ହଜାର ଟଙ୍କା ମଧ୍ୟରେ ରହିଛି। ଗତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ପାସେଞ୍ଜର ଏବଂ କମର୍ସିଆଲ ଯାନ ମୂଲ୍ୟ ୫୦୦୦ ଟଙ୍କାରୁ ୭୩ ହଜାର ଟଙ୍କା ପର୍ଯ୍ୟନ୍ତ ଏପ୍ରିଲ ପହିଲାରୁ ବୃଦ୍ଧି କରିବ ବୋଲି ଗତ ଗୁରୁବାର ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.