ଭୁବନେଶ୍ବର: ନିସାନ୍ ପକ୍ଷରୁ ମେଗା କାର୍ନିଭାଲ୍ ଅଫର ବିଷୟରେ ଘୋଷଣା କରାଯାଇଛି। ଅନନ୍ତ ନିସାନ୍ ଓ ଭାରତ ନିସାନ୍ରେ ଏହି ଅଫର ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ବୁକିଙ୍ଗ ପାଇଁ ଉପଲବ୍ଧ ହୋଇଛି। ଗ୍ରାହକମାନେ ନିସାନ୍ ଓ ଡାଟ୍ସନ୍ କାର୍ ବୁକିଙ୍ଗ୍ କଲେ ୧ ଟଙ୍କାରେ ଓଡି ବୀମା, ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଓ ୬ ଗ୍ରାମ ପର୍ଯ୍ୟନ୍ତ ସୁନା କଏନ୍ ପାଇପାରିବେ। ଏହା ବ୍ୟତୀତ ଗ୍ରାହକମାନେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ପାଇପାରିବେ। ଗ୍ରାହକମାନେ ୫୦ ହଜାର ଟଙ୍କାର କ୍ୟାସ୍ବ୍ୟାକ୍ ଓ ନିସାନ୍ କାର୍ ଉପରେ ୭.୯୯%ର ସ୍ବତନ୍ତ୍ର କାର୍ନିଭାଲ୍ ଫାଇନାନ୍ସ ସୁବିଧା ପାଇବେ। ଡାଟସନ୍ ଗୋ ଓ ଗୋ+ ବୁକିଙ୍ଗ୍ରେ ୫୨ ହଜାର ଟଙ୍କାର ରିହାତି ମିଳିବ। ଏହା ବ୍ୟତୀତ ୧୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମିଳିବ। ଡାଟସନ୍ ରେଡିଗୋ, ଗୋ ଓ ଗୋ ପ୍ଲସ୍ରେ ଗ୍ରାହକମାନେ ୧୫ ହଜାର ଟଙ୍କାର କ୍ୟାସ୍ବ୍ୟାକ୍ ପାଇପାରିବେ। ସରକାରୀ କର୍ମଚାରୀ, ଶିକ୍ଷକ, ଡାକ୍ତର, ଚାଷୀ ଓ କର୍ପୋରେଟ୍ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ସ୍କିମ୍ ରହିଛି। ଯେଉଁ ଗ୍ରାହକମାନେ ଅଫର ସମୟ ସୀମା ଭିତରେ କାର୍୍ ବୁକିଙ୍ଗ୍ କରିବେ ସେମାନଙ୍କୁ ନବରାତ୍ରୀରେ କାର୍ ଡେଲିଭରି ମିଳିବ।