ନିତି ଆୟୋଗ ଭିଜନ୍ -୨୦୩୫ ଡକୁମେଣ୍ଟ୍‌ କମିଟିରେ ଜଗଦାନନ୍ଦ

ଭୁବନେଶ୍ୱର: ନିତି ଆୟୋଗ ପକ୍ଷରୁ ୨୦୩୫ ମସିହା ପାଇଁ ଭିଜନ୍‍ ଡକୁମେଣ୍ଟ୍‌ ପ୍ରସ୍ତୁତି ନିମନ୍ତେ ଗଠନ କରାଯାଇଥିବା ଡ୍ରାଫ୍‍ଟିଂ କମିଟିର ଜଣେ ବିଶେଷଜ୍ଞ ସଦସ୍ୟ ଭାବେ ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ ମନୋନୀତ ହୋଇଛନ୍ତି। ୨୦୩୫ ମସିହାରେ ଦେଶର ବିକାଶ ରୂପରେଖକୁ ଦୃଷ୍ଟିରେ ରଖି ଏହି ଭିଜନ୍‍ ଡକୁମେଣ୍ଟ୍‌ର ପ୍ରସ୍ତୁତି ଆରମ୍ଭ ହୋଇଛି । ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସଠିକ୍‍ ରୂପାୟନ, ଯୋଜନାକୁ ଲାଗୁ କରିବା ଦିଗରେ ଥିବା ଅସୁବିଧାଗୁଡିକୁ ଦୂର କରିବା ଏବଂ ବିକାଶ କ୍ଷେତ୍ରରେ ପଛୁଆ ଥିବା ୧୧୭ଟି ଆକାଂକ୍ଷୀ ଜିଲ୍ଲାଗୁଡିକର ନିରନ୍ତର ବିକାଶ ଦିଗରେ ଏହି ଡକୁମେଣ୍ଟ୍‌ ବିଶେଷ ଭାବେ ଉପାଦେୟ ହେବ । ଭିଜନ୍‍ ଡକୁମେଣ୍ଟ୍‌ -୨୦୩୫ରେ ‘ଜାତୀୟ ବିକାଶ କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନମାନଙ୍କ ଭୁମିକା ତଥା ସହଭାଗିତା’ ସମ୍ପର୍କିତ ଏକ ସ୍ୱତନ୍ତ୍ର ନିବନ୍ଧ ପ୍ରସ୍ତୁତି ପାଇଁ ଜଗଦାନନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନା ଯୋଗ୍ୟ, ଜଗଦାନନ୍ଦ ୨୦୧୮ ମସିହାରୁ ନିତି ଆୟୋଗ ସିଭିଲ୍‍ ସୋସାଇଟ୍‍ ୱାର୍କିଂ କମିଟିର ସଦସ୍ୟଭାବେ ନିରନ୍ତର କାର୍ଯ୍ୟ କରିବା ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁଦାନରେ ସ୍ୱଚ୍ଛତା, କ୍ରିୟାନୁଶୀଳତା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ ମଧ୍ୟ କରୁଛନ୍ତି। ଜଗଦାନନ୍ଦ ପୂର୍ବରୁ ରାଜ୍ୟ ସୂଚନା କମିସନର୍‍ ଓ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର