ବରିଷ୍ଠ ନାଗରିକଙ୍କ ଲାଗି ୫୦ ହଜାର ଟଙ୍କା ଯାଏଁ ସୁଧ ଆୟ ଉପରେ ଟିକସ ଲାଗୁ ହେବ ନାହିଁ

ମୁମ୍ବାଇ: କେତେକ ବ୍ୟାଙ୍କ୍‌ ଭୁଲ୍‌ରେ ବରିଷ୍ଠ ନାଗରିକମାନଙ୍କ ସୁଧ ଆୟରୁ ଟିଡିଏସ୍‌ କାଟୁଥିବା ଦୃଷ୍ଟାନ୍ତ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ୍‌ ଟ୍ୟାକ୍ସ୍‍ (ସିବିଡିଟି) ଜାଣିବାକୁ ପାଇଛି।

ଡିସେମ୍ବର ୬ ତାରିଖରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସିବିଡିଟି ସ୍ପଷ୍ଟ କରି ଦେଇଛି ଯେ ବରିଷ୍ଠ ନାଗରିକମାନଙ୍କର ସୁଧରୁ ମିଳୁଥିବା ଆୟ ବର୍ଷକୁ ୫୦ ହଜାର ନ ଟପିଲେ ଇନ୍‌କମ୍‌ ଟ୍ୟାକ୍ସ୍‍ (ଆଇ-ଟି) ସେକ୍‌ସନ୍‌-ଏ ଅଧୀନରେ କୌଣସି ଆୟକର କଟାଯିବ ନାହିଁ।

ଏପ୍ରିଲ୍‌ ୧, ୨୦୧୮ ଠାରୁ ସେକ୍‌ସନ୍‌ ୮୦-ଟିଟିବି ପ୍ରଚଳିତ ହୋଇଥିଲା। ୬୦ ବର୍ଷରୁ ଊର୍ଦ୍ଧ୍ୱ ଯେ କୌଣସି ନାଗରିକ ତାଙ୍କ ସୁଧ ଆୟର ୫୦ ହଜାର ଟଙ୍କା ଯାଏଁ ଡିଡକ୍‌ସନ୍‌ ଦାବି କରି ପାରିବେ।

ଯଦି ସାମଗ୍ରିକ ଭାବେ ସୁଧ ଆୟ ଉପରୋକ୍ତ ଅର୍ଥରାଶି ଠାରୁ କମ୍‌ ହୁଏ ତେବେ ଟିଡିଏସ୍‌ ଲାଗୁ ହେବ ନାହିଁ।

ସମ୍ବନ୍ଧିତ ଖବର