ଚାରୋଟି ନୂଆ ସ୍ମାର୍ଟଫୋନ୍‌ ଛାଡିଲା ନୋକିଆ, ସେଗୁଡ଼ିକ କଣ ଜାଣନ୍ତୁ

ନୂଆଦିଲ୍ଲୀ : ଏଚଏମଡ଼ି ଗ୍ଲୋବାଲ ନୋକିଆ ୧, ନୂତନ ନୋକିଆ ୬, ନୋକିଆ ୭ ପ୍ଲସ୍‌ ଏବଂ ନୋକିଆ ୮ ସିରକୋ ବଜାରକୁ ଛାଡିଛି । ଏହିସବୁ ଉତ୍କ୍‍ୃଷ୍ଟ ମାନର ସ୍ମାର୍ଟଫୋନ ଗୁଡ଼ିକ ଚଳିତ ବର୍ଷ ପ୍ରଥମାର୍ଦ୍ଧ ତଥା ଫେବୃୟାରୀ ମାସରେ ମୋବାଇଲ ୱାଲ୍ଡ କଂଗ୍ରେସରେ ଶୁଭାରମ୍ଭ କରାଯାଇଥିଲା । ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଆହୁରି ମଧ୍ୟ ସମସ୍ତ ନୋକିଆ ଉତ୍ପାଦ ପାଇଁ ଅନଲାଇନ୍‌ ସପ୍‌, ନୋକିଆ ଫୋନ୍‌ ସପସ୍‌ର ଶୁଭାରମ୍ଭ କରାଯାଇଛି ।

ନୋକିଆ ୧ ରେଡ଼୍‌ ଏବଂ ଡ଼ାର୍କ ବ୍ଲୁ ରଙ୍ଗରେ ମାତ୍ର ୫୪୯୯ ଟଙ୍କାରେ, ନୋକିଆ ୬ ବ୍ଲା୍‌କ୍‌/କପର, ହ୍ଵାଇଟ୍‌/କପର ରଙ୍ଗରେ ମାତ୍ର ୧୬,୯୯୯ ଟଙ୍କାରେ, ନୋକିଆ ୭ ପ୍ଲସ୍‌ ବ୍ଲା୍‌କ୍‌/କପର, ହ୍ଵାଇଟ୍‌/କପର ରଙ୍ଗରେ ମାତ୍ର ଉପଲବ୍ଧ ୨୫,୯୯୯ ଟଙ୍କାରେ ଏବଂ ନୋକିଆ ୮ ସିରକୋ କଳା ରଙ୍ଗରେ ମାତ୍ର ୪୯,୯୯୯ ଟଙ୍କାରେ ଉପଲବ୍ଧ ।

ଏହି ଅବସରେଏଚଏମଡ଼ି ଗ୍ଲୋବାଲ୍‌ ପକ୍ଷରୁ ଏହାର ଉତ୍ତର ଏବଂ ପୂର୍ବ ବ୍ୟବସାୟ ମୁଖ୍ୟ, ଅମିତ୍‌ ଗୋୟଲ କହିଛନ୍ତି ଯେ, ‘୨୦୧୭ ଆମ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ବର୍ଷ ରହିଥିବାବେଳେ ଆମ୍ଭେମାନେ ଶୁଭାରମ୍ଭ କରିଥିବା ଆମର ଉତ୍ପାଦ ଶୃଙ୍ଖଳା ଗ୍ରାହକ ମାନଙ୍କଠାରୁ ଅହେତୁକ ପ୍ରତିକ୍ରିୟା ପାଇପାରିଥିଲା ।କମ୍ପାନୀ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଚାରୋଟି ନୂତନ ନୋକିଆ ଆଣ୍ଡ୍ରଏଡ଼୍‌ ସ୍ମାର୍ଟଫୋନ୍‌ ହେଉଛି ଆମର ବିକାଶକୁ ଆହୁରି ଉନ୍ନତି ଦିଗରେ ଅଗ୍ରସର କରିବାକୁ ଅନ୍ୟତ୍ତମ ପଦକ୍ଷେପ । ଆମ୍ଭେମାନେ ସ୍ୱତନ୍ତ୍ର ନୋକିଆ ଅନଲାଇନ୍‌ ଫୋନ୍‌ ସପ୍‌ର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଉତ୍ସାହିତ ।

ସମ୍ବନ୍ଧିତ ଖବର