Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

୮୦୦୦ରୁ କମ୍‌ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ୍‌ ହେଲା ନୋକିଆ-୨ ସ୍ମାର୍ଟଫୋନ୍‌!

0 2,840

ମୁମ୍ବାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ୍‌ ହୋଇଛି ‘ନୋକିଆ-୨’ସ୍ମାର୍ଟଫୋନ୍‌। ତେବେ, ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ ଯେ,‘ନୋକିଆ-୨’ର ସବୁଠାରୁ ଖାସ୍‌ କଥା ହେଉଛି ଏଇଆ ଯେ,ଏଥିରେ ୪୧୦୦Ah ବ୍ୟାଟେରି ରହିଛି। ଆଉ ଏହାକୁ ନେଇ କଂପାନି ପକ୍ଷରୁ ଦାବି କରାଯାଉଛି ଯେ ‘ନୋକିଆ-୨’ ସ୍ମାର୍ଟଫୋନ୍‌ରେ ଦୁଇଦିନର ବ୍ୟାଟେରି ବ୍ୟାକ୍‌ଅପ୍‌ ସହିତ ଏହା ସୋଆମୀ ରେଡ଼୍‍ମୀ-୪ ଏବଂ ମୋଟୋ ସ୍ମାର୍ଟଫୋନ୍‌ ସଂଗରେ କଡ଼ା ଟକ୍କର ଦେବାର କ୍ଷମତା ବି ରହିଛି। ଯେଉଁଥିରେ କି ୫ଇଞ୍ଚ୍‌ LTPS HD ଡିସ୍‌ପ୍ଲେ ରହିଥିବା ବେଳେ, କ୍ୱାଲକାମ୍‌ର ସ୍ନାପ୍‌ଡ଼୍ରୈଗନ୍‌ ୨୧୨ ପ୍ରୋସେସର୍‌, ଗ୍ରାଫିକ୍ସ ପାଇଁ ଏଡ୍ରୋନୋ ୩୦୪ ଜିପିୟୁ, ୧ଜିବି ର‍୍ୟାମ୍‌ ଏବଂ ୮ଜିବି ଷ୍ଟୋରେଜ୍‌ କ୍ଷମତା ରହିଛି। ଯାହାକୁକି ପରେ ମଧ୍ୟ ବଢ଼ାଇ ଦିଆଯାଇପାରେ!
ଏତଦ୍‌ବ୍ୟତୀତ ‘ନୋକିଆ-୨’ ଫୋନ୍‌ରେ ଏଣ୍ଡ୍ରୋଏଡ୍‌ ନୁଗଟ ୭.୧.୧,୮ ମେଗାପିକ୍ସଲ୍‌ ରିଅର କ୍ୟାମେରା ଏବଂ ୫ ମେଗାପିକ୍ସଲର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ଅଛି । ଏଥିସହିତ ଏହି ଫୋନ୍‌ରେ ୪୧୦୦ ଏମ୍‌ଏଚ୍‌ଏଚ୍‌ର ଦମ୍‌ଦାର୍‌ ବ୍ୟାଟେରି ସହିତ ଏହି ଫୋନ୍‌ଟି ଡୁଆଲ୍‌ ସିମ୍‌ ସାଂଗକୁ LTE ଏବଂ VoLTE ସପୋର୍ଟେଡ଼୍‍ ମଧ୍ୟ ଅଟେ। ଏହାବ୍ୟତୀତ ‘ନୋକିଆ-୨’ର ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ରହିଛି ମାତ୍ର ୯୯ୟୁରୋ ଅର୍ଥାତ୍‌ ୭,୪୧୨ ଟଙ୍କା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

five + 16 =