ଆମାଜନ୍‌ରୁ ବହି, ବିଗ୍‌ ବାସ୍କେଟ୍‌ରୁ ତେଜରାତି କିଣୁଥିବା ଶାହାରୁଖ୍‌ କିନ୍ତୁ ଅନ୍‌ଲାଇନ୍‌ରୁ କିଣନ୍ତି ନାହିଁ ଏହି ସାମଗ୍ରୀ

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ୍‌ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ପସନ୍ଦ ନାପସନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକମାନେ ଯେଉଁଭଳି ଭାବେ ଉତ୍ସାହ ପ୍ରକାଶ କରିଥାନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ମଧ୍ୟ ସେତିକି ଆଗ୍ରହ ଦେଖାଇଛନ୍ତି। କିଙ୍ଗ୍ ଖାନ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି ଆଦି ଜାଣିବା ପାଇଁ ଅନେକ ସମୟରେ ଫ୍ୟାନ୍‌ସମାନେ ଆଗ୍ରହ ଦେଖାଇଥାନ୍ତି। କେବଳ ଶାହାରୁଖ ନୁହଁନ୍ତି, ଅଧିକାଂଶ କଳାକାର ଅନ୍‌ଲାଇନ୍‌ ସପିଂ କରିବାକୁ ପସନ୍ଦ କରିଥାନ୍ତି ବୋଲି ଆମ ସମସ୍ତଙ୍କ ଧାରଣା।

ତେବେ, ଶାହାରୁୁଖ ଯେ ଅନ୍‌ଲାଇନ୍‌ ସପିଂ କରନ୍ତିନି ତାହା ନୁହେଁ। ବରଂ ଆପଣ କହିପାରନ୍ତି ସେ ଜଣେ ଭଲ ଅନ୍‌ଲାଇନ୍‌ ସପର୍‌। ମାତ୍ର ସେ ନିକଟରେ ଏହି ଅନ୍‌ଲାଇନ୍‌ ସପିଂକୁ ନେଇ ତାଙ୍କର ଏକ ବ୍ୟକ୍ତିଗତ କଥା ଖୁଲାସା କରିଛନ୍ତି। ଶାହାରୁଖ କହିଛନ୍ତି କି ସେ ଅନ୍‌ଲାଇନ୍‌ରୁ ଅନ୍ତର୍ବସ୍ତ୍ର କିଣି ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ।

Photo Credit: PTI

ଶାହାରୁଖ ଖୋଲାଖୋଲି ଭାବେ କହିଛନ୍ତି ଯେ ‘ମୁଁ ଆମାଜନ୍‌ରୁ ବହି କିଣିଥାଏ। ବିଗ୍‌ ବାସ୍କେଟ୍‌ରୁ ତେଜରାତି ସାମଗ୍ରୀ କିଣିଥାଏ। ମାତ୍ର ଏକ ପୁରୁଷ ଗୋପନ କଥା କହୁଛି, ଏଯାବତ୍‌ ଅନ୍‌ଲାଇନ୍‌ରୁ ଅନ୍ତର୍ବସ୍ତ୍ର କିଣିବାକୁ ଉଚିତ ମଣିପାରୁ ନାହିଁ।’

ଲୋକପ୍ରିୟ ଇ-କମର୍ସ କମ୍ପାନି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ସହ ମୁମ୍ବାଇରେ କଥା ହେବା ପରେ ଶାହାରୁଖ ଏହି ଖୁଲାସା କରିଛନ୍ତି। ଏହା ବ୍ୟତୀତ ଶାହାରୁଖ ଶୋଇବାକୁ ସମୟ ନଷ୍ଟ ‌ବୋଲ ଭାବନ୍ତି ବୋଲି ପ୍ରକାଶ କରିବା ସହ ଏହି କାରଣରୁ ସେ ବେଶି ଶୁଅନ୍ତି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର