ଏବେ ଲାପଟପ୍‌, ପିସିରେ ଦେଖିହେବ ଜିଓ ଟିଭି

ମୁମ୍ବାଇ: ଜିଓ ଟିଭି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ଏଣିକି ଜିଓ ଟିଭିକୁ ଆପଣ କେବଳ ମୋବାଇଲ ଆପ୍‌ ମଧ୍ୟମରେ ନୁହେଁ ସୁବିଧା ଅନୁସାରେ ନିଜ ଲାପଟପ୍‌ ବା ପିସିରେ ମଧ୍ୟ ଦେଖିପାରିବେ । ଜିଓ ଟିଭିର ପ୍ରବଳ ଚାହିଦାକୁ ଦେଖି କମ୍ପାନି ପକ୍ଷରୁ ଏହି ବମ୍ପର ଅଫର ଘୋଷଣା କରାଯାଇଛି । ଦର୍ଶକମାନେ http://jiotv.com/ କ୍ଲିକ୍‌ କରି ଏହି ଚ୍ୟାନେଲ ସବୁ ଦେଖିପାରିବେ ।

ଚ୍ୟାନେଲ ଗୁଡକି ଉଭୟ ଏସଡି ଓ ଏଚଡି ଫର୍ମାଟରେ ଦେଖାଯାଇପାରିବ । ତେବେ ଅନଲାଇନରେ ଜିଓ ଚ୍ୟାନେଲ ଦେଖିବାକୁ ହେଲେ ଦର୍ଶକମାନଙ୍କୁ ନିଜର ଜିଓ ଆକାଉଣ୍ଟ ଖୋଲିବାକୁ ପଡିବ । କେବଳ ଜିଓ ୪ଜି ସିମ୍‌ ଥିବା ଗ୍ରାହକମାନେ ଏହି ସେବା ପାଇପାରିବେ । ପ୍ରାୟ ୫୫୦ଟି ଲାଇଭ ଟିଭି ଚ୍ୟାନେଲ ପ୍ରଦାନ କରୁଥିବା ଜିଓ ଟିଭି ଏବେ ଦେଶର ବୃହତ୍ତମ କଣ୍ଟେଣ୍ଟ ସେୟାରିଂ ପ୍ଲାଟଫର୍ମ । ଏ କ୍ଷେତ୍ରରେ ଜିଓ ନିଜର ପ୍ରତିଦ୍ୱନ୍ଦୀ ଏୟାରଟେଲ ଟିଭି, ଭୋଡାଫୋନ ପ୍ଲେ, ଆଇଡିଆ ମୁଭିଜ୍‌ ଏଣ୍ଡ ଟିଭିଠାରେ ବେଶ୍‌ ଆଗୁଆ ଅଛି ।

ଜିଓଟିଭି ଏବେ ୧୭୪ଟି ନ୍ୟୁଜ ଚ୍ୟାନେଲ ଓ ୮ଟି ବିଜନେସ ଚ୍ୟାନେଲ, ୧୦୬ ମନୋରଂଜନ ଚ୍ୟାନେଲ, ୪୪ଟି ସିନେମା ଚ୍ୟାନେଲ ଓ ୩୪ଟି ଇନଫୋଟେନମେଣ୍ଟ ଚ୍ୟାନେଲ,୨୬ଟି କିଡ୍‌ ଚ୍ୟାନେଲ ଓ ୪୧ଟି ଭକ୍ତିରସାତ୍ମକ ଚ୍ୟାନେଲ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର